ନୂଅାଦିଲ୍ଲୀ: ହ୍ୱାଟସଆପ୍ ବ୍ୟବହାରକାରୀ ସାବଧାନ୍ ! ଅଜଣା ନମ୍ବରରୁ ଆସିବ ମେସେଜ୍ । ହ୍ୟାକ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ । ସାବଧାନ ରୁହନ୍ତୁ, ନହେଲେ ଆପଣ ବି ବଡ଼ ଧରଣର ଠକାମିର ଶିକାର ହୋଇପାରନ୍ତି ।
ଅନଲାଇନ୍ ଠକେଇ ଭଳି ମାମଲା ଦିନକୁ ଦିନ ବଢିଚାଲିଥିବା ବେଳେ, ଏବେ ଠକେଇର ଏମିତି ଏକ ନୂଆ ତରିକା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯଦି ଆପଣ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ୍ ହୋଇଯାଆନ୍ତୁ । ନହେଲେ ହ୍ୟାକ୍ ହୋଇଯାଇପାରେ ଆପଣଙ୍କ ଆକାଉଂଟ । ଏହି ନୂଆ ଠକେଇକୁ ହ୍ୱାଟ୍ସଆପ୍ ଓଟିପି ସ୍କାମ୍ ବୋଲି କୁହାଯାଉଛି । ତେବେ ଆସନ୍ତୁ ଜାଣିବା କେମିତି ହେଉଛି ଏହି ହ୍ୟାକିଂ ।
ଯଦି ଆପଣ ଓଟିପି ସେଣ୍ଡ କରିଦେଉଛନ୍ତି, ତେବେ ହ୍ୟାକର୍ସ ଏହାର ଫାଇଦା ଉଠାଇ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଂଟକୁ ହ୍ୟାକ୍ କରିନେବେ । ଆପଣ ଚାହିଁଲେ ବି ଆପଣଙ୍କ ଆକାଉଂଟକୁ ଆଉ ଆପଣ ବ୍ୟବହାର କରିପାରିବେ ନାହିଁ । ଆଉ ହ୍ୟାକର୍ସ ଆପଣଙ୍କ ଆକାଉଂଟର ଅପବ୍ୟବହାର ମଧ୍ୟ କରିପାରନ୍ତି । ଏଭଳି ଫ୍ରଡରୁ ବର୍ତ୍ତିବା ପାଇଁ ଏହା ଜରୁରୀ ଅଟେ ଯେ, ଅଜଣା ନମ୍ବରରୁ ଆସୁଥିବା ମେସେଜରେ ଯଦି କିଏ ଆପଣଙ୍କୁ କୌଣସି ପ୍ରକାରର ଓଟିପି ମାଗୁଛନ୍ତି, ତେବେ ଆପଣ କୌଣସି ସୂଚନା ଦିଅନ୍ତୁ ନାହିଁ । ଅଜଣା ନମ୍ବରରୁ ମେସେଜ୍ ଆସିଲେ, ଯଥା ସମ୍ଭବ ଏହାକୁ ଅଣଦେଖା କରନ୍ତୁ।