ନୂଆଦିଲ୍ଲୀ: ୟୁଟ୍ୟୁବର୍ ଅର୍ମାନ ମଲ୍ଲିକ ଖୁବ୍ ଲୋକପ୍ରିୟ। ଅର୍ମାନ ବିଶେଷ ଭାବେ ତାଙ୍କ ୨ ଜଣ ପତ୍ନୀ ପାୟଲ୍ ମଲ୍ଲିକ ଓ କୃର୍ତ୍ତିକା ମଲ୍ଲିକଙ୍କୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ଆପଣ ଜାଣିଥିବେ ଯେ ଅର୍ମାନଙ୍କ ୨ ଜଣ ଯାକ ପତ୍ନୀ ଗର୍ଭବତୀ ଥିଲେ। ଏବେ ଅର୍ମାନଙ୍କ ଦ୍ବିତୀୟ ପତ୍ନୀ କୃର୍ତ୍ତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅର୍ମାନଙ୍କ ପ୍ରଥମ ପତ୍ନୀ ପାୟଲଙ୍କର ଏକ ପୁତ୍ର ଥିବା ବେଳେ ଏବେ ସେ ଦ୍ବିତୀୟ ଥର ପାଇଁ ବାପା ବନିଛନ୍ତି। ଘରେ ନୂଆ ଅତିଥି ଆସିବା ନେଇ ଖୁସିର ମାହୋଲ ଜମିଛି। ଏହାରି ଭିତରେ ଭାବପ୍ରବଣ ହୋଇଛନ୍ତି ଅର୍ମାନଙ୍କ ପ୍ରଥମ ପତ୍ନୀ ପାୟଲ୍।
କୃର୍ତ୍ତିକା ପିଲାକୁ ଜନ୍ମ ଦେବା ପରେ ତାଙ୍କ ଘରକୁ ଅତିଥିଙ୍କ ସୁଅ ଛୁଟଛି। ପାୟଲ ବି କୃର୍ତ୍ତିକାଙ୍କ ପୁଅକୁ ଖୁବ୍ ସ୍ନେହ କରୁଛନ୍ତି। ହେଲେ ଏହାରି ମଧ୍ୟରେ ନିଜ ପରିବାର ଲୋକଙ୍କୁ ମନେ ପକାଇ ଭାବପ୍ରବଣ ହୋଇଛନ୍ତି ପାୟଲ୍। କୃର୍ତ୍ତିକାଙ୍କ ପୁଅ ଜନ୍ମ ପରେ ତାଙ୍କ ମାଆ ଓ ଭାଉଜ ଆସି ତାଙ୍କୁ ଦେଖା କରିଥିବା ବେଳେ ନିଜ ପରିବାର କଥା ଭାବି ଦୁଃଖି ହୋଇଛନ୍ତି ପାୟଲ୍। କୃର୍ତ୍ତିକାଙ୍କ ପୁଅ ପାଇଁ ତାଙ୍କ ମାଆ ଓ ଭାଉଜ ଉପହାର ନେଇ ଆସିଥିବା ବେଳେ ପାୟଲ୍ ତାଙ୍କ ପିଲା ପାଇଁ କିଏ ଉପହାର ଆଣିବ ବୋଲି ଭାବି ଦୁଃଖ ପ୍ରକାଶ କରିଛନ୍ତି। ପାୟଲ୍ ଦୁଃଖୀ ହୋଇଥିବା ବେଳେ ଅର୍ମାନ ତାଙ୍କୁ ସାନ୍ତ୍ବନା ଦେଇଛନ୍ତି।
କୃର୍ତ୍ତିକା ଏବେ ପ୍ରସବ ପରେ ବିଶ୍ରାମ କରୁଛନ୍ତି। ତେବେ ଅର୍ମାନଙ୍କ ପ୍ରଥମ ପତ୍ନୀ ପାୟଲ୍ ବି କୃର୍ତ୍ତିକାଙ୍କ ନବଜାତର ବେଶ୍ ଭଲ ଯତ୍ନ ନେଉଛନ୍ତି। ଆପଣ ଜାଣନ୍ତି ଯେ ପାୟଲ୍ ବି ଗର୍ଭବତୀ ଅଛନ୍ତି। ତାଙ୍କ ପେଟରେ ଯାଆଁଳା ପିଲା ଅଛନ୍ତି। ତେବେ ପାୟଲଙ୍କ ଦୁଇ ପିଲାଙ୍କ ଆସିବା ଯାହା ବାକି ରହିଲା। ପାୟଲଙ୍କ ପ୍ରସବ ପରେ ଅର୍ମାନ ୪ ଜଣ ପିଲାଙ୍କ ବାପା ବନିଯିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/ecd69e3b-9c33-4185-81f7-b9e8577dce93.jpg)