ବିଗିଡ଼ିଲା ୨ ଜଣ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା; ୩ ପିଲାଙ୍କ ବାପା ବନିବେ ଅଭିନେତା

ନୂଆଦିଲ୍ଲୀ: ୟୁଟ୍ୟୁବର୍‌ ଅର୍ମାନ ମଲ୍ଲିକ ଖୁବ୍‌ ଲୋକପ୍ରିୟ। ଅର୍ମାନ ବି‌ଶେଷ ଭାବେ ତାଙ୍କ ୨ ଜଣ ପତ୍ନୀ ପାୟଲ୍‌ ମଲ୍ଲିକ ଓ କୃର୍ତ୍ତିକା ମଲ୍ଲିକଙ୍କୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ଆପଣ ଜାଣିଥିବେ ଯେ ଅର୍ମାନଙ୍କ ୨ ଜଣ ଯାକ ପତ୍ନୀ ଗର୍ଭବତୀ ଅଛନ୍ତି। ତାଙ୍କ ପ୍ରଥମ ପତ୍ନୀ ପାୟଲଙ୍କ ପେଟରେ ଯାଆଁଳା ଛୁଆ ଥିବା ବେଳେ କୃର୍ତ୍ତିକା ଜ‌ଣେ ପିଲାକୁ ଜନ୍ମ ଦେବେ।

ଜାଣିବାକୁ ମିଳିଛି ଯେ ଅର୍ମାନଙ୍କ ପ୍ରଥମ ପତ୍ନୀ ପାୟଲଙ୍କ ସ୍ବାସ୍ଥ୍ୟାବସ୍ଥା ଟିକେ ବିଗିଡ଼ି ଯାଇଛି। ତାଙ୍କର ପଲ୍‌ସ ରେଟ୍‌ ଅଚାନକ କମ୍‌ ହୋଇଯାଇଛି। ପାଏଲଙ୍କର ଦୀର୍ଘ ଦିନ ହେବ ଜଟିଳତା ଦେଖିବାକୁ ମିଳୁଛି। ସେହିପରି ପିଲା ଜନ୍ମ କରିବାର ଶେଷ ମାସରେ ଥିବା କୃର୍ତ୍ତିକା ବି ବେଶି ଭଲ ଅନୁଭବ କରୁନାହାନ୍ତି। ତାଙ୍କୁ ଜମା ବି ଭୋକ ଲାଗୁନଥିବାରୁ ସେ ଟିକେ ଦୁର୍ବଳ ଅନୁଭବ କରୁଛନ୍ତି। ରାତିରେ ନିଦ ନହେବା ପରି ସମସ୍ୟ‌ାରେ ଅର୍ମାନଙ୍କର ୨ ଜଣ ଯାକ ପତ୍ନୀ ସମ୍ମୁଖୀନ ହେଉଛନ୍ତି।

ନିକଟରେ ଅଚାନକ ପାୟଲ ଅସୁସ୍ଥ ହେବା ପରେ ରାତି ଅଧରେ ପତ୍ନୀଙ୍କୁ ଧରି ହସ୍ପିଟାଲ୍‌ରେ ପହଞ୍ଚିଥିଲେ ଅର୍ମାନ।  ଅର୍ମାନଙ୍କ ୨ ଜଣ ପତ୍ନୀଙ୍କର ପ୍ରସବ ସମୟ ପାଖେଇ ଆସି ସାରିଥିବା ବେଳେ ହଠାତ ପାୟଲଙ୍କ ଶରୀରରେ ଜଟିଳତା ଦେଖା ଦେବାରୁ ୨ ପତ୍ନୀଙ୍କ ସହ ହସ୍ପିଟାଲ୍‌ରେ ପହଞ୍ଚିଥିଲେ ସେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପାୟଲଙ୍କ ଡେଲିଭରିକୁ ଆହୁରି ଦେଢ଼ ମାସ ବାକି ଥିବା ବେଳେ କୃତ୍ତିକାଙ୍କର ଆଉ ମାତୃତ୍ବ ଲାଭକୁ ଆଉ ଅଳ୍ପ ଦିନ ବାକି ଅଛି। ପାୟଲଙ୍କର ପୂର୍ବରୁ ବି ଏକ ପୁଅ ଅଛି, ଯାହାର ନାମ ଚିକୁ।

ସମ୍ବନ୍ଧିତ ଖବର