ନୂଆଦିଲ୍ଳୀ: ୟୁଟ୍ୟୁବର୍‌ ଦେବରାଜ ପଟେଲ ଜୁନ୍ ୨୬ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ହଠାତ୍ ଦେହାନ୍ତ ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛି। ସୋସିଆଲ ମିଡିଆରେ ତାଙ୍କର ଶେଷ ପୋଷ୍ଟ ତାଙ୍କ ଅକାଳ ମୃତ୍ୟୁ ପରେ ଲୋକଙ୍କୁ ଆହୁରି ଭାବପ୍ରବଣ କରାଇ ଦେଇଛି।

Advertisment

ଇନଷ୍ଟାଗ୍ରାମରେ ଦେବରାଜ ପଟେଲଙ୍କ ଶେଷ ରିଲ୍‌ରେ ସେ ନିଜର ପ୍ରଶଂସକମାନଙ୍କୁ କହିଥିଲେ, ‘ଲୋକମାନେ ଯେତେବେଳେ ତାଙ୍କ ଚେହେରା ଦେଖନ୍ତି ସେତେବେଳେ ସେମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି ଯେ ସେ ସୁନ୍ଦର କି ନୁହେଁ। ସେମାନେ ସ୍ଥିର କରିପାରନ୍ତି ନାହିଁ। ମୁଁ କିନ୍ତୁ ସୁନ୍ଦର ନା ବନ୍ଧୁମାନେ?’ ତାଙ୍କର ଏହି ମଜାକିଆ ପୋଷ୍ଟ୍‌କୁ ପ୍ରଶଂସକମାନେ ବି ଖୁବ୍ ପସନ୍ଦ କରିଥିଲେ। ହେଲେ କାହାକୁ ଜଣା ଥିଲା ତାହା ହେବ ତାଙ୍କ ଶେଷ ପୋଷ୍ଟ୍‌।

ୟୁଟ୍ୟୁବରେ ସେ ଖୁବ୍ ଜଣାଶୁଣା। ଦେବରାଜ ପଟେଲଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ପ୍ରାୟ ୪୦୦,୦୦୦ରୁ ଅଧିକ୍‌ ସବ୍‌ସ୍କ୍ରାଇବର୍‌ ଥିଲେ। ଜବରଦସ୍ତ କମେଡି କରି ସେ ନିଜ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିଲେ।

ତାଙ୍କର ଏକ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଥିଲା। ଭିଡିଓରେ ସେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ସହ ହାସ୍ୟାସ୍ପଦ କଥାବାର୍ତ୍ତା କରୁଥିବା ଭିଡିଓ‌େରେ ଦେଖିବାକୁ ମିଳିଥିଲା।

ୟୁଟ୍ୟୁବ୍‌ରେ ସେ ଖୁବ୍ ଲୋକପ୍ରିୟ ପାଲଟିଥିବା ବେଳେ ଧୀରେ ଧୀରେ ଅନ୍ୟ ସୋସିଆଲ୍‌ ମିଡିଆ ସାଇଟ୍‌ରେ ବି ନିଜର ଲୋକପ୍ରିୟତା ଜମାଇ ଆସୁଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୫୪ ହଜାର ଫ‌ଲୋୟର୍ସ ରହିଥିଲେ। ସେ ନିଜ ଜୀବନ ସହ ଯୋଡ଼ା କଥା ସହ କମେଡି କରି ପ୍ରଶଂସକଙ୍କ ସହ ସଦାବେଳେ ନିଜକୁ ବାନ୍ଧି ରଖୁଥିଲେ।