ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆରେ ଭିଡିଓ ବନାଇବା ଆଜିକାଲି ଆଉ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ରହିନାହିଁ। ଏହା ଟଙ୍କା ରୋଜଗାରର ବି ଏକ ପ୍ରମୁଖ ଉତ୍ସ ପାଲଟିଛି। ଆପଣ ଯଦି ଅନ୍ୟ କିଛି ବି କରି ଟଙ୍କା ରୋଜଗାର କରିବାର ଉପାୟ ପାଉନାହାନ୍ତି ତ ଜଣେ ବ୍ଲଗର୍‌ ଭାବେ ନିଶ୍ଚୟ ରୋଜଗାରର ବାଟ ପାଇଯିବେ।

Advertisment

ଆମେ ଆଜି କହିବୁ ଲୋକପ୍ରିୟ ୟୁଟ୍ୟୁବର୍‌ ରଚିତ ରୋଝାଙ୍କ ବିଷୟରେ। ଏହି ୟୁଟ୍ୟୁବର୍‌ଙ୍କୁ ଆପଣ ଜାଣିଥିବେ ନିଶ୍ଚୟ। ତେବେ ତାଙ୍କ ଜୀବନର ସଂଘର୍ଷମୟ କାହାଣୀ ଶୁଣିଲେ ଆପଣଙ୍କୁ ପ୍ରେରଣା ମିଳିବ ନିଶ୍ଚୟ। ନିକଟରେ ଏକ ସାକ୍ଷାତ୍‌କାରେ ରଚିତ କହିଛନ୍ତି ଯେ ତାଙ୍କ ବାପା ଚାହୁଁଥିଲେ ସେ ଜଣେ ଇଞ୍ଜିନିୟର ହୁଅନ୍ତୁ ବେ‌ାଲି। ମାତ୍ର ସେ ସେପରି ଚାହୁଁନଥିଲେ। ସେ ଆଇଆଇଟି ପାଇଁ ପ୍ରସ୍ତୁତ ହେବା ସମୟରେ ତାଙ୍କ ମନରେ ଜଣେ ୟୁଟ୍ୟୁବର୍‌ ‌ହେବାର ଇଚ୍ଛା ସୃଷ୍ଟି ହୋଇଥିଲା।

‌ସେ ଯେତେବେଳେ ଏକଥା ତାଙ୍କ ମାଆଙ୍କୁ କହିଥିଲେ ତ ତାଙ୍କ ମାଆ କହିଲେ ଯେ ପାଠ ପଢ଼ିବା ସାରିଲା ପରେ ଯାଇ ଯାହା କରିବା କଥା କର। ମାତ୍ର ରଚିତଙ୍କ ବାପା ଭିଡିଓ କରିବାକୁ ପୂରାପୂରି ମନା କରି ଦେଇଥିଲେ। ରଚିତ ବାପାଙ୍କୁ ନଜଣାଇ ଭିଡିଓ ବନାଉଥିଲେ। ତାଙ୍କ ଇଚ୍ଛା ଶକ୍ତି ପାଇଁ ଶୂନ ସବ୍‌ସ୍କ୍ରାଇବର୍‌ରୁ ସେ ମିଲିୟନ୍‌ ସବ୍‌ସ୍କ୍ରାଇବର୍‌ ହାସଲ କରିବାରେ ସମର୍ଥ ହେଲେ।

‌ରଚିତ ଆହୁରି ବି କହିଛନ୍ତି ଯେ ତାଙ୍କୁ ମଝିରେ ଟିଭି ହୋଇ ଯାଇଥିଲା। ଯେଉଁ କାରଣରୁ ତାଙ୍କ ମାଆ ତାଙ୍କର ରହିବାରୁ ନେଇ ବାସନକୁସନ ବି ଅଲଗା କରି ଦେଇଥିଲେ। ସେହି ସମୟରେ ଅଧିକ ଭିଡିଓ ବନାଇବାକୁ ସୁଯୋଗ ପାଇଲେ।