ପ୍ରଜ୍ଞା ନିବେଦିତା ନାୟକ
ନାଁ ତାଙ୍କର ଆଲୋକ ବିଶ୍ବାଳ। ଘର ବଡ଼ମ୍ବା ବ୍ଲକ୍, ଖୁଣ୍ଟକଟା ପଞ୍ଚାୟତ ଅନ୍ତର୍ଗତ କାଦୁଅପଡ଼ା ଗ୍ରାମ। ଆଲୋକ ଏକଦା ପେସାରେ ଥିଲେ ଜଣେ ବ୍ୟାଙ୍କର୍, କିନ୍ତୁ ବୃତ୍ତି ବଦଳାଇ ଏବେ ପାଲିଟିଛନ୍ତି ଅାଡେନିୟମ୍ ଗ୍ରୋଅର୍। ଦିଲ୍ଲୀର ଏକାଧିକ ବ୍ୟାଙ୍କ୍ରେ ତାଙ୍କର ୯ ବର୍ଷର ଚାକିରି ଅଭିଜ୍ଞତା। ହେଲେ ଦିଲ୍ଲୀରେ ପ୍ରଦୂଷଣଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ୨୦୧୬ରେ ଚାକିରି ଛାଡ଼ି ଗାଁକୁ ଆସି ବ୍ୟବସାୟ ପାଇଁ ମନ ବଳାଇଲେ ଆଲୋକ। ଗାଁରେ ପ୍ରଥମେ ଛେଳି ଓ କୁକୁଡ଼ା ଫାର୍ମ ଆରମ୍ଭ କଲେ। ବ୍ୟବସାୟରେ କ୍ଷତି ହେବାରୁ ଫାର୍ମ ବନ୍ଦ କରିଦେଲେ। ଦିନେ ୟୁଟ୍ୟୁବ୍ରୁ ବିଭିନ୍ନ ଗଛ ବିଷୟରେ ଖୋଜିଲା ବେଳେ ଆଡେନିୟମ୍ ଗଛ (ମରୁଗୋଲାପ) ସଂପର୍କରେ ଜାଣିଲେ। ଆଗରୁ ଗଛ ଉପରେ କିଛି ଅଭିଜ୍ଞତା ନ ଥିବାରୁ ପ୍ରଥମେ ଗଛବୃଚ୍ଛ ବିଷୟରେ ଜ୍ଞାନ ସଂଗ୍ରହ କରିବାକୁ ଲାଗିେଲ। ଏହାପରେ ସେ ଭୁବନେଶ୍ବରର ବିଭିନ୍ନ ନର୍ସରି ବୁଲି ୩ଟି ଦେଶୀ ଆଡେନିୟମ୍ ବିଷୟରେ ଜାଣିଲେ। ଭୁବନେଶ୍ବରରୁ ଫେରି ପୁଣି ଥରେ ବିଭିନ୍ନ କିସମର ଆଡେନିୟମ୍ ଉପରେ ଫେସ୍ବୁକ୍ ଓ ୟୁଟ୍ୟୁବ୍ରୁ ଅନୁସନ୍ଧାନ କେଲ ସେ। ପରିଶେଷରେ ଥାଇଲାଣ୍ଡ୍ରୁ ସେ ଏହାର ମଞ୍ଜି ଆଣିବାକୁ ସ୍ଥିର କଲେ। ୨୦୧୭ ମସିହାରେ କିଛି ମଞ୍ଜି ଆଣି ଆଲୋକ ଚାରା କଲେ। ଗୋଟିଏ ବର୍ଷ ପାଇଁ ଚାରା ସବୁକୁ ବଢ଼ାଇଲେ ଓ ୨୦୧୮ ମସିହାରେ ସେ ସବୁକୁ ୫୫୦୦୦ ଟଙ୍କାରେ ବିକ୍ରି କଲେ।
ସେତେବେଳେ ସେ ତାଙ୍କ ଟେରାସ୍ରେ ଏହି ଚାରା ଚାଷ କରୁଥିଲେ। ପରେ ବିଧିବଦ୍ଧ ଭାବେ ସେ ଆଡେନିୟମ୍ ଗ୍ରୋଅର୍ ଭାବେ କ୍ୟାରିୟର୍ ଗଢ଼ିବାକୁ ସ୍ଥିରକଲେ। ତା’ପରେ ଧୀରେ ଧୀରେ ସେ ଆଡେନିୟମ୍ ଗଛର ପରିମାଣ ଓ ଗୁଣବତ୍ତା ଉପରେ ଧ୍ୟାନ ଦେଇ ବ୍ୟବସାୟ ବଢ଼ାଇଲେ। ଥାଇଲାଣ୍ଡ୍ ଯାଇ କିଛି କୃଷକ ଓ ବ୍ରିଡର୍ସଙ୍କୁ ଭେଟି ନୂତନ ଗବେଷଣା ମଧ୍ୟ କଲେ। ଏବେ ମାତ୍ର ୫୦୦୦ରୁ ୬୦୦୦ ବର୍ଗଫୁଟ୍ ଜମିରେ ବିଭିନ୍ନ କିସମର ଆଡେନିୟମ୍ ରୋପଣ କରୁଛନ୍ତି ଆଲୋକ। ଏହି ବ୍ୟବସାୟରେ ୬ରୁ ୭ ବର୍ଷର ଅଭିଜ୍ଞତା େହାଇଗଲାଣି ତାଙ୍କର ଏବଂ ଏଥିରୁ ବାର୍ଷିକ ୬ରୁ ୮ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ସେ। ଆଗକୁ ବଡ଼ ଆକାରରେ ଜମି ନେଇ ବର୍ଷକୁ ପ୍ରାୟ ୧୦୦୦୦ ଚାରା ବଢ଼ାଇବା ଏବଂ ୧୨ରୁ ୧୫ ଲକ୍ଷ ଟଙ୍କା ରୋଜଗାର କରିବା ତାଙ୍କର ଲକ୍ଷ୍ୟ। ଝାଳବୁହା ପରିଶ୍ରମ କରି ବ୍ୟବସାୟ ଜାରି ରଖିଛନ୍ତି ଆଲୋକ। କୃଷି ବିଭାଗ ତରଫରୁ କିଛି ସହଯୋଗ ମିଳିଲେ ଆଗକୁ ବିଭିନ୍ନ ଉଦ୍ଭିଦ ଉପରେ ଗବେଷଣା କରି ଅଧିକ ଉତ୍ପାଦନ କରିବା ସହ କିଛି ଲୋକଙ୍କୁ ରୋଜଗାର ଦେବାକୁ ଆଶା ରଖିଛନ୍ତି ଆଲୋକ। ତେବେ ଆଜିକାଲି ବହୁତ ଲୋକ କିଛି କାମ ନ କରି ନିଜ ଫୋନ୍ରେ ରିଲ୍ସ ଦେଖିବାରେ ସମୟ ନଷ୍ଟ କରୁଥିବା ଆମେ ଦେଖୁଛେ। କିନ୍ତୁ ସେମାନେ ଏହି ପ୍ରକାରର ଚାଷକରି କମ୍ ସମୟ ଓ ପରିଶ୍ରମରେ ଭଲ ରୋଜଗାର କରିପାରିବେ। ଖାଲି ଆଡେନିୟମ୍ ନୁହେଁ, ଏମିତି ଅନେକ ପ୍ରକାରର ଗଛ ଚାଷକରି ବେଶ୍ ଲାଭବାନ୍ େହାଇପାରିବେ। ଏଥିପାଇଁ ଦୃଢ଼ ଇଚ୍ଛାଶକ୍ତି ନିହାତି ଜରୁରି ବୋଲି କହନ୍ତି ଯୁବଚାଷୀ ଆଲୋକ ବିଶ୍ବାଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/hfssfhfshfh.jpg)