ପ୍ରଖ୍ୟାତ କ୍ରିକେଟ ତାରକା ମହେନ୍ଦ୍ର ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଜିଭାଙ୍କର ବୟସ ମାତ୍ର ଦୁଇ ବର୍ଷ। କିନ୍ତୁ ସୋସିଆଲ୍ ମିଡ଼ିଆରେ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି। ନିକଟରେ ଜିଭା ତାଙ୍କ ବାପାଙ୍କୁ ଏକ ଫୁଟ୍ବଲ୍ ମ୍ୟାଚ୍ରେ ପାଣି ବୋତଲ ଦେଉଥିବାର ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ବିରାଟ କୋହ୍ଲିଙ୍କ ଅଲ୍ ହାର୍ଟ ଏଫ୍ସି ସାଇଟ୍ ଓ ଅଭିଷେକ ବଚ୍ଚନଙ୍କ ଅଲ୍ ଷ୍ଟାରସ୍ ଏଫ୍ସିଙ୍କ ମଧ୍ୟରେ ଅନୁଷ୍ଠିତ ସେଲିବ୍ରେଟି କ୍ଲାସିକୋ ଫୁଟ୍ବଲ୍ ମ୍ୟାଚ୍ର ଶେଷରେ ଜିଭା ଧୋନିଙ୍କୁ ପାଣି ବୋତଲ ଦେଇଥିଲେ।
ପୁଣି ଜିଭାଙ୍କର ଅନ୍ୟ ଏକ ଭିଡ଼ିଓ ତାଙ୍କର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଚହଳ ସୃଷ୍ଟି କରିଛି। ତାଙ୍କର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ୍ରେ ଫଲୋୟର୍ସଙ୍କ ସଂଖ୍ୟା ୫୦ ହଜାର । ଏହା ଜରିଆରେ ସେ ପୁଣି ଲୋକଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛନ୍ତି।
/sambad/media/post_attachments/wp-content/uploads/2017/10/MS-dhoni-ziva-janasatta-300x194.jpg)
ଏହି ଭିଡ଼ିଓରେ ଜିଭା ଏକ ଗାଉଥିବାର ଦେଖିବାକୁ ମିଳୁଛି। ଏହା ହିନ୍ଦୀ ଗୀତ ନୁହେଁ ବରଂ ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ମାଲାୟାଲମ୍ ସିନେମା ‘ଅଦୈତମ୍’ର ଗୀତ।ଏହି ଗୀତ ତାଙ୍କୁ ତାଙ୍କର ଆଇ ଶିଲା ଶିଖାଇଛନ୍ତି। ଜିଭାଙ୍କ ଆଇ କେରଳର ବାସିନ୍ଦା। ଜିଭାଙ୍କର ଆଲାପୁଝା ଜିଲ୍ଲାର ଅମ୍ବାଲାପୁଝା ଶ୍ରୀକୃଷ୍ଣ ମନ୍ଦିରରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଆଗାମୀ ବର୍ଷ ଜାନୁଆରି ୧୪ ତାରିଖରେ ଅନୁଷ୍ଠିତ ହେବ।
ସଂପ୍ରତି ମହେନ୍ଦ୍ର ସିଂହ ଧୋନି ଭାରତୀୟ କ୍ରିକେଟ୍ ଟିମ୍ ସହିତ ନିଉଜିଲାଣ୍ଡରେ ଦିନିକିଆ ତିନୋଟି ମ୍ୟାଚ୍ ଖେଳୁଛନ୍ତି। ଆଜି କାନପୁର ଠାରେ ଏହି ସିରିଜ୍ର ଏକ ମ୍ୟାଚ୍ ଅନୁଷ୍ଠିତ ହେବ।