ନୂଆଦିଲ୍ଲୀ: ଖାଦ୍ୟକୁ ନେଇ ଭିନ୍ନ ଲୋକଙ୍କର ଭିନ୍ନ ମତ ରହିଥାଏ। ଆପଣ ଜାଣନ୍ତି ଯେ ଅନ୍ଲାଇନ୍ରୁ ଖାଦ୍ୟ ବରାଦ କଲା ବେଳେ ଗ୍ରାହକଙ୍କ ପାଇଁ ଏକ ‘କୁକିଂ ଇନ୍ଷ୍ଟ୍ରକ୍ସନ୍’ ରହିଥାଏ। ସେଠାରେ ଗ୍ରାହକ ନିଜ ହିସାବରେ ଖାଦ୍ୟ ପ୍ରସ୍ତୁତ କରିବାକୁ ରୋଷେୟାଙ୍କୁ ସୂଚନା ଦେଇଥାନ୍ତି।
କାହାକୁ ଯଦି ରାଗ, ଲୁଣି, ଅଧିକ କଡ଼ା, କମ୍ ସଝା କିମ୍ବା ଅନ୍ୟ କୌଣସି ପ୍ରକାରର ଖାଦ୍ୟ ଦରକାର ଥାଏ ତ ସେମାନେ ଏହି ‘କୁକିଂ ଇନ୍ଷ୍ଟ୍ରକ୍ସନ୍’ ସ୍ଥାନରେ ଲେଖିଲେ ରୋଷେୟା ଗ୍ରାହକଙ୍କ ଦାବି ଅନୁସାରେ ବନାଇ ଥାଆନ୍ତି।
ମାତ୍ର ଏମିତି ବି କିଛି ଗ୍ରାହକ ଅଛନ୍ତି ଯିଏକି ‘କୁକିଂ ଇନ୍ଷ୍ଟ୍ରକ୍ସନ୍’ ସ୍ଥାନରେ ‘ଭାଇ ଖାଦ୍ୟ ଭଲ ବନାଇବ’ ବୋଲି ଲେଖିଥାନ୍ତି। ଏହି ସ୍ଥାନରେ ଏପରି ନଲେଖିବାକୁ ଏକ ଟ୍ବିିଟ୍ ପୋଷ୍ଟ୍ କରି ନିବେଦନ କରିଛି ଫୁଡ୍ ଡେଲିଭରିଂ ସଂସ୍ଥା ‘ଜୋମାଟୋ’।
guys please stop writing “bhaiya accha banana” as cooking instructions 🤦♂️
— zomato (@zomato) December 22, 2022
‘ଜୋମାଟୋ’ର ଏହି ପୋଷ୍ଟ୍ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ବିଟ୍ ହେବା ପରେ ଏହାକୁ ୬ ହଜାର ଲାଇକ୍ ମିଳି ସାରିଥିବା ବେଳେ ୩ ଲକ୍ଷ ଭିୟୁ ହୋଇ ସାରିଲାଣି।
କମ୍ପାନିର ଏହି ପୋଷ୍ଟ୍ରେ ବହୁ ମଜାଦାର କମେଣ୍ଟ୍ ବି ସବୁ ଦେଖିବାକୁ ମିଳୁଛି। ତେବେ ଜଣେ ବ୍ୟବହାରକାରୀ କମେଣ୍ଟ୍ରେ ଲେଖିଛନ୍ତି, ‘ଆମକୁ ଖାଦ୍ୟ ବନାଇ ଆସୁଥିଲେ ଆମେ ଅନ୍ଲାଇନ୍ରୁ ବରାଦ କରିନଥାନ୍ତୁ। ‘କୁକିଂ ଇନ୍ଷ୍ଟ୍ରକ୍ସନ୍’ ମାଗିବା ବନ୍ଦ କର। ଭଲ କରି ଖାଦ୍ୟ ବନାଇକି ଦିଅ।’