ନୂଆଦିଲ୍ଲୀ: ସମୟସମୟରେ କିଛି ପିଲା ପାଠପଢ଼ା ପାଇଁ ସମୟର ଅଭାବ ଦେଖାଇ ଥାଆନ୍ତି। ପରୀକ୍ଷାରେ ଭଲ ନମ୍ବର ନରଖି ପାରିଲେ କହିଥାଆନ୍ତି, ‘ପାଠପଢ଼ିବାକୁ ସମୟ ମିଳିଲାନାହିଁ।’ କିନ୍ତୁ ଇଚ୍ଛା ଓ ଆତ୍ମବିଶ୍ବାସ ଥିଲେ କୌଣସି କାମ ବି ଅସମ୍ଭବ ନୁହେଁ। ନିକଟରେ ଭାଇରାଲ ହୋଇଥିବା ଜଣେ ଜୋମାଟୋ ଡେଲିଭରି ବଏ ହେଉଛନ୍ତି ଏହାର ଉଦାହରଣ।
ୟୁପିଏସସି ଅଧ୍ୟାପକ ଆୟୁଷ ସାଙ୍ଘି ମାର୍ଚ୍ଚ ୨୯ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜଣେ ଜୋମାଟୋ ଡେଲିଭରି ବଏ ଡିୟୁଟିରେ ଯାଉଥିବା ସମୟରେ ଟ୍ରାଫିକରେ ଛିଡ଼ା ହୋଇଛନ୍ତି। ଏହି ସମୟକୁ ସେ ନଷ୍ଟ ନକରି ବାଇକରେ ସୁରକ୍ଷିତ ଭାବେ ମୋବାଇଲ ଖଞ୍ଜି ୟୁପିଏସସି ପାଠପଢ଼ୁଥିବା ଦେଖିବାକୁ ମିଳୁଛି।
ତେବେ ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଅନ୍ୟ ଯାତ୍ରୀମାନେ ଜୋମାଟୋ ଡେଲିଭରି ବଏଙ୍କ ଭିଡିଓ କରି ପୋଷ୍ଟ କରି ଦେବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଥିଲା।
ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ କାମ ବ୍ୟସ୍ତତା ଭିତରେ ପାଠପଢ଼ିବା ପାଇଁ କେମିତି ସମୟ ବାହାର କରିବାକୁ ହୋଇଥାଏ ତାହା ଆମେ ଏହି ଜୋମାଟୋ ଡେଲିଭରି ବଏଙ୍କ ଠାରୁ ଶିଖିବା କଥା।’
After Watching this video, I Don't Think you Have any Other Motivation to Study Hard#UPSC#Motivationpic.twitter.com/BPykMKBsua
— Ayussh Sanghi (@ayusshsanghi) March 29, 2024