ମହିଳାଙ୍କୁ ଜୋମାଟୋର ଡେଲିଭରି ବୟ ମାଡ଼ ମାରିବା ଘଟଣାରେ ମୁହଁ ଖୋଲିଲେ ପ୍ରତିଷ୍ଠାତା ଦୀପେନ୍ଦର

ନୂଆଦିଲ୍ଲୀ: ନିକଟରେ ଜଣେ ମହିଳାଙ୍କୁ ଜୋମାଟୋର ଡେଲିଭରି ବୟ  ଆକ୍ରମଣ କରିଥିବା କଥା ପ୍ରଚାର ହେବା ପରେ ଏ ନେଇ ଏକ ଆଧିକାରିକ ବିବୃତି‌ ଜାରି କରି ନିଜର ପ୍ରତିକ୍ରିୟା ରଖିଛନ୍ତି ଜୋମାଟୋର ପ୍ରତିଷ୍ଠାତା ଦୀପେନ୍ଦର ଗୋଏଲ୍‌।

ଜୋମାଟୋର ଡେଲିଭରି ବୟ ତାଙ୍କୁ ଆକ୍ରମଣ କରିଛନ୍ତି ବୋଲି ବେଙ୍ଗାଲୁରୁର ହିତୋଶା ଚନ୍ଦ୍ରାଣୀ ନାମ୍ନୀ ମହିଳା ଅଭିଯୋଗ ଆଣି ସୋସିଆଲ୍‌ ମିଡିଆରେ ତାଙ୍କ ରକ୍ତ ଜର୍ଜରିତ ମୁହଁର ଭିଡିଓ ପୋଷ୍ଟ୍‌ କରିବା ପରେ ଡେଲିଭରି ବୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ।

ଏ ନେଇ ଦୀପେନ୍ଦର ଏକ ବୟାନ ଜାରି କରି କହିଛନ୍ତି କି ନିକଟ ଅତୀତରେ ବେଙ୍ଗାଲୁରରେ ଘଟିଥିବା ଘଟଣା ବିଷୟରେ କିଛିି କହିବାକୁ ଚାହେଁ। ଏପରି ଲେଖି ସେ ଏକ ଲମ୍ବା ବୟାନ  ତାଙ୍କ ଆକାଉଣ୍ଟ୍‌ରେ ପୋଷ୍ଟ୍‌ କରିଛନ୍ତି।

ସେ ପୀଡ଼ିତା ମହିଳାଙ୍କ ଡାକ୍ତରୀ ଖର୍ଚ୍ଚ ବହନ କରିବା ସହ ଅସ୍ଥାୟୀ ଭାବେ ଡେଲିଭରି ବୟଙ୍କୁ ଚାକିରିରୁ ଛଟେଇ କରି ଦେଇଛନ୍ତି। ପୁଲିସ୍‌ ଏ ଘଟଣାର ତଦନ୍ତ କରୁଛି ଓ ସତ ଜଣା ନ ପଡ଼ିବା ଯାଏ ଡେଲିଭରି ବୟ କମରାଜଙ୍କ ପରିବାରର ଖର୍ଚ୍ଚ ଓ ମାମଲା ସଂପର୍କିତ ସମସ୍ତ ଖ୍‌ର୍ଚ୍ଚ କମ୍ପାନି ବହନ କରିବ ବୋଲି ସେ ଲେଖିଛନ୍ତି।

ଏହା ବ୍ୟତୀତ ସେ କମରାଜଙ୍କ  କାର୍ଯ୍ୟ ଦକ୍ଷତା, ଅଭିଜ୍ଞତା ଆଦି ପୋଷ୍ଟ୍‌ କରିବା ସହ ତାଙ୍କ ସପକ୍ଷରେ ପୂର୍ବରୁ କେତେ ଜଣ ଭଲ ରେଟିଂ ଦେଇଛନ୍ତି ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ଶେଷରେ ସେ ଲେଖିଛନ୍ତି ଏହା ସତ, ମୋର ନିଜସ୍ବ ମତମତ ନୁହେଁ।’

ସମ୍ବନ୍ଧିତ ଖବର