ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣ ବଜେଟକୁ ସଂସଦରେ ଉପସ୍ଥାପନ କରିଛନ୍ତି।
ଏହି ବଜେଟ୍ ପୂର୍ବରୁ ଉତ୍ତରପ୍ରଦେଶର ଅମରୋହାର ଜଣେ ଚିତ୍ରଶିଳ୍ପୀ ଏକ ନିଆରା ଚିତ୍ର ଆଙ୍କି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ସେ କୋଇଲା ବ୍ୟବହାର କରି କାନ୍ଥରେ ବଜେଟର ଚିତ୍ର ଖୋଦେଇ କରିଛନ୍ତି। ଏହି ଚିତ୍ରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ସମୟରେ ଏକ ପରିବାର ଆଖିରେ ଅନେକ ଆଶା ମୁହଁରେ ଖୁସି ନେଇ ଅର୍ଥମନ୍ତ୍ରୀଙ୍କୁ ଚାହିଁ ରହିଛନ୍ତି। ଏହି ପରିବାର ଦେଶର ପ୍ରାୟ ୧୪୦ କୋଟି ଲୋକଙ୍କ ପରିବାରର ପ୍ରତୀକ ବୋଲି କୁହାଯାଉଛି।
ଚିତ୍ରଶିଳ୍ପୀ ଜୁହେବ ଖାନ ଆଙ୍କିଥିବା ବଜେଟ୍ ସହିତ ଜଡ଼ିତ ଏହି ଚିତ୍ରକୁ ନେଇ କହିଛନ୍ତି, “ମୁଁ ଜଣେ ଚିତ୍ରଶିଳ୍ପୀ ଏବଂ ସାମ୍ପ୍ରତିକ ଘଟଣାକୁ ଆଧାର କରି କୋଇଲାରେ କାନ୍ଥରେ ଚିତ୍ର ଆଙ୍କିଥାଏ।
ମୋଦୀଙ୍କ କାର୍ଯ୍ୟକାଳର ଏହା ହେଉଛି ତୃତୀୟ ବଜେଟ୍, ଯାହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ। ଏହି ବିଷୟରେ ମୁଁ କାନ୍ଥରେ ସାତ ଫୁଟର ଚିତ୍ର ପ୍ରସ୍ତୁତ କରିଛି। ଯେଉଁଥିରେ ଗୋଟିଏ ପରିବାର ଅର୍ଥମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ଧ୍ୟାନ ଏବଂ ଆଶା ଆଖିରେ ଚାହିଁ ରହିଛନ୍ତି । ଏହି ବଜେଟ୍ ବହୁତ ଭଲ ବଜେଟ୍ ହେବ ବୋଲି ସମଗ୍ର ଭାରତ ଆଶା କରୁଛି।’’