ଫିଜିକ୍ସ ,କେମେଷ୍ଟ୍ରି ଓ ଗଣିତ ବିଷୟ ସହିତ ଯୁକ୍ତ ଦୁଇ ବିଜ୍ଞାନରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହେବାପରେ ଆପଣ ଇଂଜିନିୟରିଂ ପଢ଼ିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରଥମେ ଓଜେଇ ଏଣ୍ଟ୍ରାନସ୍ ଦେଇ ସେଥିରେ ଭଲ ର୍ୟାଙ୍କ୍ ରଖିବାକୁ ପଡ଼ିବ। ତାପରେ ବିଭିନ୍ନ ବିଭାଗରେ ଇଂଜିନିୟରିଂ ପଢ଼ିପାରିବେ। ଏହାର କେତେକ ବିଭାଗ ମଧ୍ୟରୁ ଇନ୍ଷ୍ଟ୍ରୁମେଣ୍ଟେସନ୍ ଇଂଜିନିୟରିଂ ଅନ୍ୟତମ।ଏଥିରେ ବି.ଇ.ଓ ବି.ଟେକ୍ ମଧ୍ୟ ଉପଲବ୍ଧ। ଇଂଜିନିୟରିଂ ଏଣ୍ଟ୍ରାନ୍ସରେ ସଫଳ ହୋଇ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ।ଭାରତର ଅଧିକାଂଶ ଇଂଜିନିୟରିଂ କଲେଜ୍ରେ ଇନ୍ଷ୍ଟ୍ରୁମେଣ୍ଟସନ୍ ଇଂଜିନିୟରିଂ ପାଠ୍ୟକ୍ରମ ପ୍ରଚଳିତ। ବିଟ୍ସ ପିଲାନୀ ଭଳି ସଂସ୍ଥାମାନଙ୍କରେ ବି.ଇ(ଅନର୍ସ) ରୂପେ ଏହି ପାଠ୍ୟକ୍ରମ ରହିଛି।
ଏହି କ୍ଷେତ୍ରରେ ରୋଜଗାରର ବିକଳ୍ପ ରହିଛି। ଇନ୍ଷ୍ଟ୍ରୁମେଣ୍ଟେସନ୍ ଇଂଜିନିୟରିଂ ପାସ୍ କରିଥିବା ଛାତ୍ର ଛାତ୍ରୀମାନେ ଏଚ୍.ସି.ଏଲ୍ ଓ ଟି.ସି.ଏସ୍ ଭଳି ସଫ୍ଟେଓ୍ଵର କଂପାନୀ ମାନଙ୍କରେ ନିଯୁକ୍ତି ହୋଇପାରିବେ।ତା’ ସାଙ୍ଗକୁ ହାର୍ଡ଼େଓ୍ଵର୍ କଂପାନୀମାନଙ୍କରେ ମଧ୍ୟ ନିଯୁକ୍ତି ପାଇପାରିବେ।ଲାର୍ସେନ ଆଣ୍ଡ୍ ଟ୍ୟୁବ୍ରୋ,ଏ.ବି.ବି(ଏସିଆନ୍ ବ୍ରାଉନ୍ ବାବେରୀ),ସିମେନ୍ସ,ଟେକ୍ସାସ୍ ଇନ୍ଷ୍ଟ୍ରୁମେଣ୍ଟସ୍ ,ନେସନାଲ୍ ଇନ୍ଷ୍ଟ୍ରୁମେଣ୍ଟ୍ସ,ବ୍ୟାକ୍ ଟେଲ୍,ଫ୍ଲୋର୍ ଡ଼େନିୟଲ୍,ଫୋଷ୍ଟର୍ ହ୍ଵିଲର୍ ଏବଂ ଆମେରିକାନ୍ ଏକ୍ସପ୍ରେସ୍ ଭଳି କଂପାନିରେ ମଧ୍ୟ ନିଯୁକ୍ତ ହୋଇପାରିବେ। ଏପରିକର ରେଳବାଇରେ ବି ଏମାନଙ୍କ ପାଇଁ ନିଯୁକ୍ତିର ବ୍ୟବସ୍ଥା ରହିଛି।
ଇନ୍ଷ୍ଟ୍ରୁମେଣ୍ଟେସନ୍ ଇଂଜିନିୟରିଂକୁ ବିଭିନ୍ନ ବିଷୟର ମିଶ୍ରଣ ବୋଲି କୁହାଯାଇପାରିବ।ଯାହା କେତେପ୍ରକାରର କ୍ୟାରିଅର୍ ପାଇଁ ଲଞ୍ଚ୍ ପ୍ୟାଡ଼୍। ଇନ୍ଷ୍ଟ୍ରୁମେଣ୍ଟେସନ୍ ଇଂଜିନିୟରିଂ ବାସ୍ତବରେ କେତେ ବିଷୟର ମିଳିତ ଶାଖା,ଯେଉଁଥିରେ ଇଲେକ୍ଟ୍ରିକାଲ୍,କେମିକାଲ୍,ଇଲେକ୍ଟ୍ରୋନିକ୍ସ ଏବଂ କଂପ୍ୟୁଟର ଇଂଜିନିୟରିଂର ଅଧ୍ୟୟନ ମଧ୍ୟ କରିବାକୁ ପଡ଼ିଥାଏ।
ଇନ୍ଷ୍ଟ୍ରୁମେଣ୍ଟେସନ୍ ଆଣ୍ଡ୍ କଣ୍ଟ୍ରୋଲ୍ ଇଂଜିନିୟରିଂ ସେହି ଉପକରଣ ଓ ପ୍ରଣାଳୀ ଗୁଡ଼ିକର ଡ଼ିଜାଇନ୍ କରିଥା’ନ୍ତି ଓ ମରାମତି କରିଥା’ନ୍ତି,ଯାହା ତାପମାତ୍ରା ,ଚାପ ଓ ପ୍ରବାହ ଭଳି ଭୌତିକ ମାତ୍ରା ଗୁଡ଼ିକର ମାପ ଓ ନିୟନ୍ତ୍ରଣ କରିବା ପାଇଁ ଉର୍ଦ୍ଦିଷ୍ଟ।ଏମାନେ ବିଦ୍ୟୁତ୍ ୟୁନିଟ୍,ରାସାୟନିକ ଫାର୍ମ,ତୈଳ ବିଶୋଧନାଗାର,ସଫ୍ଟେଓ୍ଵର୍,ହାର୍ଡ଼େଓ୍ଵର୍,ସଫ୍ଟେଓ୍ଵର୍ କଂପାନୀ ଓ ଇସ୍ପାତ କାରଖାନାରେ କାମ କରିପାରିବେ।ସାଧାରଣତଃ ଇନ୍ଷ୍ଟ୍ରୁମେଣ୍ଟେସନ୍ ଇଂଜିନିୟର ଅଟୋମେସିନ୍ ପ୍ରକ୍ରିୟା ସହାୟତାରେ ରାସାୟନିକ ଅଥବା ବିନିର୍ମାଣ ୟୁନିଟ୍ରେ କାର୍ଯ୍ୟ କରିଥା’ନ୍ତି।ଏମାନଙ୍କର ଉଦ୍ଦେଶ୍ୟ ହେଉଛି ସଂପୂର୍ଣ୍ଣ ପ୍ରଣାଳୀର ଉତ୍ପାଦନ କ୍ଷମତା,ବିଶ୍ୱସନୀୟତା ,ସୁରକ୍ଷା ଓ କାର୍ଯ୍ୟ କୁଶଳତା ବୃଦ୍ଧି
କରିବା।ସମସ୍ତ ପ୍ରକ୍ରିୟାକୁ ସୁନିୟନ୍ତ୍ରିତ କରିବା ଇନ୍ଷ୍ଟ୍ରୁମେଣ୍ଟେସନ୍ ଇଂଜିନିୟର୍ ମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ।
ବେତନ:- ଇନ୍ଷ୍ଟ୍ରୁମେଣ୍ଟେସନ୍ ଇଂଜିନିୟରିଂରେ ନୂଆ କରି କ୍ୟାରିଅର୍ ଆରମ୍ଭ କରୁଥିବା ବ୍ୟକ୍ତିମାନଙ୍କୁ ସାଧାରଣତଃ ବାର୍ଷିକ ୪ଲକ୍ଷରୁ ୮ଲକ୍ଷ ଟଙ୍କା ଯାଏଁ ବେତନ ମିଳିଥାଏ।ଦୁଇତିନି ବର୍ଷର ଅଭିଜ୍ଞତା ହାସଲ କରିବାପରେ ଏମାନେ ଅନ୍ୟ କୌଣସି ସଂସ୍ଥାରେ ନୁଯୁକ୍ତ ହେଲେ ବାର୍ଷିକ ଅନ୍ୟୁନ ୧୦ଲକ୍ଷ ଟଙ୍କାରୁ ୧୨ଲକ୍ଷ ଟଙ୍କା ଯାଏଁ ବେତନ ପାଇଥା’ନ୍ତି।
କୌଶଳ:
୧:-ଗଣିତ ଓ ପଦାର୍ଥ ବିଜ୍ଞାନରେ ଯଥେଷ୍ଟ ଜ୍ଞାନୀ ହେବା ଦରକାର।
୨:- ଉପକରଣ ଏବଂ ସଫ୍ଟେଓ୍ଵର୍ ହ୍ୟାଣ୍ଡେଲିଂରେ ଦକ୍ଷତା ଥିବା ଆବଶ୍ୟକ।
୩:- ନେତୃତ୍ୱ ଗୁଣ ବି ଜରୁରୀ।
୪:- ମରାମତି କାର୍ଯ୍ୟରେ ନିପୁଣତା ଥିଲେ ଆହୁରି ଭଲ।
ବିଶେଷ ସଂସ୍ଥା ଓ େଓ୍ଵବ୍ସାଇଟ୍:-
୧:-ଆଇ.ଆଇ.ଟି ଖଡ଼ଗପୁର
୨:- ନେତାଜୀ ସୁଭାଷ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି,ନୂଆଦିଲ୍ଲୀ
୩:-ଏ.ଆଇ.ଟି ତ୍ରିଚୁରାଗଲ୍ଲୀ ଓ ଜଳନ୍ଧର।
୪:-ମାଡ୍ରାସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି,ଅନ୍ନା ୟୁନିଭର୍ସିଟି ,ଚେନ୍ନାଇ।