କ୍ୟାରିଅର୍ କଥା ଉଠିଲେ ସମସ୍ତେ କିଛି ନା କିଛି ଭାବିଥାନ୍ତି। କାରଣ ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତିର କ୍ୟାରିଅର୍ ଚୟନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ। ଏଣୁ କ୍ୟାରିଅର୍ ଚୟନ ବେଳେ ଆଦୌ ତରବର ହୁଅନ୍ତୁ ନାହିଁ। ପ୍ରଥମେ ନିଜେ ନିଜକୁ ପଚାରନ୍ତୁ ଯେ ଆପଣ କେଉଁ ଲାଇନ୍ରେ ଯିବାକୁ ଚାହାଁନ୍ତି ? ନିଜର ସ୍ୱଭାବ ଓ ରୁଚିକୁ ଆଖି ଆଗରେ ରଖି କ୍ୟାରିଅର୍ ଚୟନ କରନ୍ତୁ।
ଜଣେ ଛାତ୍ର କହିଲା ଯେ,ତା’କୁ ଭ୍ରମଣ କରିବାକୁ ଭଲଲାଗେ।ଏଣୁ ତାଙ୍କୁ ପର୍ଯ୍ୟଟନ କ୍ଷେତ୍ରରେ କ୍ୟାରିଅର୍ କରିବା ଉଚିତ୍। ପର୍ଯ୍ୟଟନ କ୍ଷେତ୍ର ବ୍ୟତୀତ ମାର୍କେଟିଂ,ସେଲ୍ସ ଭଳି ଟୁରିଂ କ୍ୟାରିଅର୍କୁ ବାଛିବା ମଧ୍ୟ ଉଚିତ୍।ଏହି କ୍ୟାରିଅର୍ରେ ଆଗେଇଲେ ସେ ନିଜର ଇଛାପୂରଣ କରିପାରିବେ ଏବଂ କ୍ୟାରିଅର୍ରେ ଖୁବ୍ ଉନ୍ନତି ମଧ୍ୟ କରିପାରିବେ।
ଯେଉଁମାନଙ୍କର ପାଠପଢ଼ାରେ ପିଲାଦିନରୁ ଆଗ୍ରହ ରହିଛି,ସେମାନେ ଶିକ୍ଷକତା କିମ୍ବା ଅଧ୍ୟାପନାରେ କ୍ୟାରିଅର୍ କରିପାରନ୍ତି।ହେଲେ ଯେଉଁମାନଙ୍କର ଲେଖାଲେଖିରେ ମନ ଅଛି ,ସେମାନେ ସାମ୍ବାଦିକତାରେ ସେମାନଙ୍କର କ୍ୟାରିଅରକୁ ଗଢ଼ିପାରନ୍ତି!
ପ୍ରଥମେ ନିଜେ ନିଜକୁ ପଚାରନ୍ତୁ ତାପରେ ….
/sambad/media/post_attachments/wp-content/uploads/2017/09/career-home.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)