ନୂଆଦିଲ୍ଲୀ: ଏକ ଖେଳନା ଦୋକାନରେ ପ୍ରାୟ ୫ ଲକ୍ଷ ଟଙ୍କାର ଏକ ମୂର୍ତ୍ତି ଲାଗିଥିଲା। ତାହା ତଳେ ପଡ଼ି ଭାଙ୍ଗିଗଲା। ମୂର୍ତ୍ତିଟି ଭାଙ୍ଗିଯିବା ପରେ ଦୋକନରେ ଥିବା କର୍ମଚାରୀମାନେ ସିସିଟିଭି ଫୁଟେଜ୍ ଦେଖିଥିଲେ। ଭିଡିଓରୁ ଜଣାପଡ଼ିଲା ଯେ ଦୋକାନକୁ ଆସିଥିବା ଜଣେ କୁନି ପିଲା ହାତ ବଜାଇ ସେହି ମୂର୍ତ୍ତିଟିକୁ ଖସାଇ ପକାଇବାରୁ ମୂର୍ତ୍ତିଟି ଭାଙ୍ଗିଯାଇଛି। କୁନି ପିଲାର ନାଁ ହର୍ଜାନା।
ଘଟଣାଟି ହେଉଛି ଚୀନର ମେଙ୍ଗଫାଙ୍କ୍ ଜିଲ୍ଲାର। ଏହି ଜିଲ୍ଲାରେ ଲେଙ୍ଗହମ୍ ପ୍ଲସ୍ ନାମରେ ଏକ ସପିଂ ମଲ୍ ରହିଛି। ସପିଂ ମଲ୍ଟିରେ ପ୍ରାୟ ୫.୯ ଫୁଟର ଏକ ମୂର୍ତ୍ତି ରଖାଯାଇଥିଲା। କୁନି ପିଲାଟି ଅସାବଧାନତା ବଶତଃ ମୂର୍ତ୍ତିଟିକୁ ଭାଙ୍ଗିଦେବା ପରେ ସାଙ୍ଗେ ସାଙ୍ଗେ ମଲରେ ହାହୋଲ୍ଲା ମଚିଗଲା।
ସିସିଟିଭି ଦେଖିବାରୁ ଜଣାପଡ଼ିଲା ଯେ କୁନି ପିଲାଟି ମୂର୍ତ୍ତିକୁ ଲାଗିକରି ଛିଡ଼ା ହୋଇଥିଲା। ସେ ଟିକେ ଘୁଞ୍ଚିବାରୁ ମୂର୍ତ୍ତିଟି ପଡ଼ିଗଲା। ଏପରିକି ମୂର୍ତ୍ତିଟି ପଡୁଥିବା ବେଳେ କୁନି ପିଲାଟି ତାହାକୁ ଅଟକାଇବାକୁ ଚେଷ୍ଟା କରି ବି ଅସଫଳ ହୋଇଥିଲା।
ଏହି ଘଟଣା ଘଟିବା ସମୟରେ କୁନି ପିଲାର ବାପା ଦୋକାନ ବାହାରେ ଫୋନରେ କଥା ହେଉଥିଲେ। ଯଦିଓ ନିଜ ପୁଅର ଅସାବଧାନତା ପାଇଁ ବ୍ୟକ୍ତି ଜଣକ ଟଙ୍କା ଦେବାକୁ ରାଜି ହୋଇ ଯାଇଥିଲେ। ମାତ୍ର ସେ ଅଭିଯୋଗ ଆଣି କହିଛନ୍ତି ଯେ ସପିଂ ମଲରେ ଯେଉଁ ମୂର୍ତ୍ତିଟି ଥିଲା ତାହା ଖୁବ୍ ଭୟଙ୍କର ଦିଶୁଥିବାରୁ କେଉଁ ବି ପିଲା ଭୟଭୀତ ହୋଇପାରେ।
ମୂର୍ତ୍ତିଟିର ଦାମ ପ୍ରାୟ ୫ ଲକ୍ଷ ଟଙ୍କା ଥିବା ବେଳେ ଦୋକାନୀ ଡିସ୍କାଉଣ୍ଟ୍ କରି କୁନି ପିଲାର ବାପାଙ୍କଠାରୁ ପାଖାପାଖି ୪ ଲକ୍ଷ ଟଙ୍କା ନେଇଥିଲେ।
ସପିଂ ମଲରେ ଅସାବଧାନତା ହେତୁ କୁନି ପିଲା ଦ୍ବାରା ଭାଙ୍ଗି ଗଲା ଦାମୀ ମୂର୍ତ୍ତି, ପାଖାପାଖି ୪ ଲକ୍ଷ ଟଙ୍କା ଭରିଲେ ବାପା
/sambad/media/post_attachments/wp-content/uploads/2022/05/e36bfad8-c60c-44d1-a337-00019bd5dcc1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)