ଅନ୍ତଃଜିଲ୍ଲା କଳାହାଣ୍ଡି କପ୍‌: ପାଳି ଅଗ୍ରଣୀ ଭିତ୍ତିରେ ୫ ଦଳ ବିଜୟୀ

ଭୁବନେଶ୍ବର: ଅନ୍ତଃଜିଲ୍ଲା କଳାହାଣ୍ଡି କପ୍ କ୍ରିକେଟ୍‌ ପ୍ରତିଯୋଗିତାରେ ବୁଧବାର ଭଦ୍ରକ ବିଜୟୀ ହୋଇଥିଲା ବେଳେ ଗୁରୁବାର ୫ ମ୍ୟାଚ୍‌ ଅମୀମାଂସିତ ରହିଛି। ତେବେ କଟକ- ଏ, ଝାରସୁଗୁଡା, ରେଷ୍ଟ୍‌ ଅଫ୍ ଓଡ଼ିଶା-ଏ, ଭୁବନେଶ୍ବର-ଏ ଏବଂ ରେଷ୍ଟ୍‌ ଅଫ୍ ଓଡ଼ିଶା-ଏଫ୍‌ ପାଳି ଅଗ୍ରଣୀ ଭିତ୍ତିରେ ବିଜୟୀ ହୋଇଛନ୍ତି। କଟକ-ଏ (୯୦ ଓଭରରେ ୪୦୦/୩) ୧୦୪ ରନ୍‌ର ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ରେଷ୍ଟ୍ ଅଫ୍ ଓଡ଼ିଶା-ସି (୮୦.୪ ଓଭରରେ ୨୯୬/୧୦)କୁ ହରାଇଛି। ଓଡ଼ିଶା-ସି ପକ୍ଷରୁ କିଶାନ ରଥ ୯୬ ରନ୍ କରିଥିଲା ବେଳେ ବିଜୟୀ ଦଳର ଆଶି‌ଷ ରାୟ ୪ ଓ ଶୁଭମ ନାୟକ ୩ ୱିକେଟ ହାସଲ କରିଥିଲେ।

ଅନ୍ୟ ଏକ ମ୍ୟାଚ୍‌ରେ (ବାଲେଶ୍ବର (୫୫.୫ ଓଭରରେ ୧୪୯/୧୦) ବିପକ୍ଷରେ ଝାରସୁଗୁଡା (୭୩.୨ ଓଭରରେ ୨୭୮/୧୦) ୧୨୯ ରନ୍‌ର ପ୍ରଥମ ପାଳି ଅଗ୍ରଣୀ ପାଇ ବିଜୟୀ ହୋଇଛି। ଝାରସୁଗୁଡ଼ା ପକ୍ଷରୁ କୃଷ୍ଣ ପଲେଇ (୬୩) ଓ ଧନଞ୍ଜୟ ୟାଦବ (୫୭) ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ପରାଜିତ ଦଳ ପକ୍ଷରୁ ଶେଖର ମାଝୀ ୬ ୱିକେଟ୍‌ ପାଇଥିଲେ।

ରେଷ୍ଟ୍‌ ଅଫ୍ ଓଡ଼ିଶା-ଏ (୭୮.୪ ଓଭରରେ ୪୦୭/୧୦) ୩୫ ରନ୍‌ର ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ରେଷ୍ଟ୍ ଅଫ୍ ଓଡ଼ିଶା-ଇ (୮୧.୧ ଓଭରରେ ୩୭୨/୧୦)କୁ ହରାଇଛି। ରେଷ୍ଟ୍ ଅଫ୍ ଓଡ଼ିଶା-ଇ ପକ୍ଷରୁ ରଘୁନାଥ ମଲ୍ଲ (୧୯୪) ଶତକ ହାସଲ କରିଥିଲା ବେଳେ ବିଜୟୀ ଦଳ ପକ୍ଷରୁ ମିଲନ ସାମଲ ୪ ଓ ସୁମିତ ଶର୍ମା ୩ ୱିକେଟ୍‌ ଦଖଲ କରିଥିଲେ।

ଭୁବନେଶ୍ବର-ଏ (୮୩.୨ ଓଭରରେ ୨୭୧/୯ରେ ଘୋଷିତ) ୧୫ ରନ୍‌ର ପାଳି ଆଗୁଆ ଭିତ୍ତିରେ ରେଷ୍ଟ ଅଫ୍‌ ଓଡ଼ିଶା-ଡି (୬୪.୪ ଓଭରରେ ୨୫୬/୧୦)କୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ସାରାଂଶ କୁମାର (୬୫), ବିଶ୍ବଜିତ ମଲ୍ଲିକ (୫୦) ଅର୍ଦ୍ଧଶତକ ଜମାଇଥିଲେ।

ରେଷ୍ଟ୍ ଅଫ୍ ଓଡ଼ିଶା-ଏଫ୍‌ (୫୩.୫ ଓଭରରେ ୨୧୨/୧୦) ୩୦ ରନ୍‌ଣ ଅଗ୍ରଣୀ ଭିତ୍ତିରେ ରେଷ୍ଟ୍ ଅଫ୍ ଓଡ଼ିଶା-ବି (୫୧.୪ ଓଭରରେ ୧୮୨/୧୦)କୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ସୁମିତ ମହାରାଣା ଓ ଗୋବିନ୍ଦ ତାଣ୍ଡିଆ ୩-୩ ଏବଂ ବିକାଶ ରାଉତ ୨ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର