ଏଲ୍‌ଗାରଙ୍କ ଶତକ: ଦକ୍ଷିଣ ଆଫ୍ରିକା ୨୯୮/୧

ପଶ୍ଚଷ୍ଟମ୍‌: ଗୁରୁବାରଠାରୁ ସ୍ଥାନୀୟ ସେନ୍‌େଓ୍ଵସ୍‌ ପାର୍କରେ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଘରୋଇ ଦକ୍ଷିଣ ଆଫ୍ରିକା ୧ ଓ୍ଵିକେଟ୍‌ରେ ୧୯୮ ରନ୍‌ କରି ଦୃଢ଼ ମୂଳଦୁଆ ପକାଇଛି। ପ୍ରାରମ୍ଭିକ ଯୋଡ଼ି ଡିନ୍‌ ଏଲଗାର ଏବଂ ଐଦନ୍‌ ମର୍କରାମ୍‌ ପ୍ରଥମ ଓ୍ଵିକେଟ୍‌ ପାଇଁ ୧୯୬ ରନ୍‌ ଯୋଡ଼ିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ତେବେ ପ୍ରଥମ ପଦାର୍ପଣରେ ଶତକରୁ ବଞ୍ଚିତ ହୋଇ ମର୍କରାମ ନିରାଶ ହୋଇଥିଲେ। ବ୍ୟକ୍ତିଗତ ଭାବେ ୯୭ ରନରେ ଥିବାବେଳେ ମର୍କରାମ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ୧୫୨ ବଲ୍‌ ଖେଳିଥିବା ମର୍କରାମଙ୍କ ପାଳିରେ ୧୩ ଚୌକା ସାମିଲ ଥିଲା। ଏହା ପରେ ଡିନ୍‌ ଏଲ୍‌ଗାର (୧୨୮*, ୨୮୫ ବଲ୍‌, ୯ ଚୌକା, ୨ ଛକା) ଏବଂ ହାସିମ୍‌ ଆମଲା (୬୮*, ୭ ଚୌକା, ୧ ଛକା) ଆଉ ଏକ ଶତକୀୟ ଭାଗୀଦାରି କରିଥିଲେ। ପ୍ରଥମ ଦିନ ବାଂଲାଦେଶର କୌଣସି ବୋଲର୍‌ ଓ୍ଵିକେଟ୍‌ ଦଖଲରେ ସକ୍ଷମ ହୋଇ ନାହାନ୍ତି। ଏଲଗାର୍‌ ନିଜର ନବମ ଟେଷ୍ଟ୍‍ ଶତକ ହାସଲ କରି ଅପରାଜିତ ଅଛନ୍ତି।

ସମ୍ବନ୍ଧିତ ଖବର