କଳାହାଣ୍ତି କପ୍‌ ସୁପରଲିଗ୍‌: ବିପ୍ଳବଙ୍କ ଶତକ, ରଶ୍ମିଙ୍କୁ ୭ ଵିକେଟ୍‌

କଟକ: କଳାହାଣ୍ତି କପ୍‌ ଦୁଇଦିନିଆ ସୁପରଲିଗ୍‌ ପର୍ଯ୍ୟାୟରେ ଗୁରୁବାର ଶେଷ ହୋଇଥିବା ମ୍ୟାଚ୍‌ଗୁଡ଼ିକରେ ଖୋର୍ଦ୍ଧା, ଓଡ଼ିଶା ଗ୍ରିନ୍‌, ଓଡ଼ିଶା ବ୍ଲୁ, କଟକ ଏ’ ବିଜୟୀ ହୋଇଛନ୍ତି। ସନସାଇନ୍‌ ପଡ଼ିଆରେ ଖୋର୍ଦ୍ଧା ୨୪ ରନ୍‌ରେ ଇକୋର୍ସାକୁ ପରାସ୍ତ କରିଛି। ପ୍ରଥମ ଦିନରେ ଖୋର୍ଦ୍ଧା ସ˚ଗ୍ରହ କରିଥିବା ୨୮୬ ରନ୍‌କୁ ପିଛା କରିବାକୁ ଯାଇ ଇକୋର୍ସା ୬୮.୫ ଓଭରରେ ସମସ୍ତ ଵିକେଟ୍‌ ହରାଇ ୨୬୨ ରନ୍‌ କରିପାରିଥିଲା। ପ୍ରାରମ୍ଭିକ ଖେଳାଳି କାମେଶ୍ବର ବାରିକ ୭୬* ରନ୍‌ କରି ଅପରାଜିତ ରହିଥିଲେ। ବିଜୟୀ ଦଳ ପକ୍ଷରୁ ସୁମିତ ମହାରଣା ୫ ଵିକେଟ ସଫଳତା ପାଇଥିଲା ବେଳେ ଜ୍ୟୋତି ବେହେରା ୩, ମୃତ୍ୟୁଞ୍ଜୟ ମାନସି˚ହ ୨ ଵିକେଟ ଅକ୍ତିଆର କରିଥିଲେ।

ନିମପୁର ପଡ଼ିଆରେ ଓଡ଼ିଶା ଗ୍ରିନ୍‌ ୭୨ ରନ୍‌ରେ ସୁନ୍ଦରଗଡ଼କୁ ହରାଇଛି। ଗ୍ରିନ୍‌ର ୨୪୩ ରନ୍‌ ଜବାବରେ ସୁନ୍ଦରଗଡ଼ ୧୭୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ପ୍ରଥମ ଦିନ ସ୍କୋର୍‌ ୨/୪୮ରୁ ଖେଳିଥିବା ସୁନ୍ଦରଗଡ଼ ପକ୍ଷରୁ ଦ୍ବିତୀୟ ଦିନ ଅଙ୍କିତ ମୁଣ୍ତା ୫୫, ସ˚ଜୟ ଦାସ ୩୯* ରନ୍‌ର ସ˚ଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ ମଧ୍ୟ ଦଳ ପରାଜୟ ପଟରେ ରହିଥିଲା। ବିଜୟୀ ଦଳର ରଶ୍ମିର˚ଜନ ସାହୁ ୨୦.୫ ଓଭର ବୋଲି˚ କରି ୯ ମେଡେନ ଓ ୫୩ ରନ୍‌ ବିନିମୟରେ ୭ ଵିକେଟ ଅକ୍ତିଆର କରିଥିଲେ।

ବିଡ଼ାନାସୀ ପଡ଼ିଆରେ ଓଡ଼ିଶା ବ୍ଲୁ ୨୧୦ ରନ୍‌ରେ ଓଡ଼ିଶା ୟେଲୋକୁ ପରାସ୍ତ କରିଛି। ଓଡ଼ିଶା ବ୍ଲୁ’ର ବିଶାଳ ସ୍କୋର ୪୩୫/୯କୁ ପିଛା କରିବାକୁ ଯାଇ ଓଡ଼ିଶା ୟେଲୋ ଦ୍ବିତୀୟ ଦିନରେ ୨୨୫ ରନ୍‌ରେ ସୀମିତ ରହିଥିଲା। ରାକେଶ ଗୋଚ୍ଛାୟତ ୭୯, ସୁବ୍ରତ ସାମଲ ୪୦, ଦେବାଶିଷ ସାମନ୍ତରାୟ ୩୯ ରନ୍‌ ସ˚ଗ୍ରହ କରିଥିଲା ବେଳେ ବ୍ଲୁ’ ପକ୍ଷରୁ ବସନ୍ତ ମହାନ୍ତି ୪, ସୌରଭ କାନୋଜିଆ ୩, ନିଲୁ ପ୍ରଧାନ ୨ ଵିକେଟ୍‌ ନେଇଥିଲେ। ଏସ୍‌ସିବି ମେଡିକାଲ ପଡ଼ିଆରେ କଟକ ଏ’ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଓଡ଼ିଶା ଭାଓଲେଟ୍‌କୁ ପରାସ୍ତ କରିଛି। ପ୍ରଥମ ଦିନରେ ଓଡ଼ିଶା ଭାଓଲେଟ୍‌ ୨୦ ୯ରନ୍‌ ସ˚ଗ୍ରହ କରିଥିଲା ବେଳେ କଟକ ଏ’ ୩ ଵିକେଟ ବିନିମୟରେ ୪୩ ରନ୍‌ କରିଥିଲା। ଦ୍ବିତୀୟ ଦିନରେ ବିପ୍ଳବ ସାମନ୍ତରାୟଙ୍କ ଅପରାଜିତ ୧୧୫ ରନ୍‌ (୨୫୨ ବଲ୍‌, ୧୬ ଚୌକା), ରାମଚନ୍ଦ୍ର ବେହେରାଙ୍କ ୫୩ ରନ୍‌ ସହାୟତାରେ ଖେଳ ଶେଷ ହେବା ବେଳକୁ କଟକ ୯ ଵିକେଟ୍‌ ହରାଇ ୨୩୮ ରନ୍‌ କରିଥିଲା। ଆଦିତ୍ୟ ବାସା ୫ ଵିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର