ଜାତୀୟ ମୁ‌ଷ୍ଟିଯୁଦ୍ଧ ଲାଗି ଓଡ଼ିଶା ଦଳର କର୍ଣ୍ଣାଟକ ଗସ୍ତ

ଭୁବନେଶ୍ବର: ପଞ୍ଚମ ଏଲିଟ୍‌ ପୁରୁଷ ଜାତୀୟ ମୁ‌ଷ୍ଟିଯୁଦ୍ଧ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ସୋମବାର କର୍ଣ୍ଣାଟକ ଗସ୍ତ କରିଛି। ଏହି ପ୍ରତିଯୋଗିତା ବୁଧବାରଠୁ କର୍ଣ୍ଣାଟକର ବେଲେରୀରେ ଆରମ୍ଭ ହେବ। କଟକର ବାରବାଟୀ ଷ୍ଟାଡିୟମଠାରେ ଗତ ୨ ତାରିଖରେ ଆୟୋଜିତ ଚୟନ ଶିବରରୁ ୧୧ ଜଣ ମୁ‌ଷ୍ଟିଯୋଦ୍ଧା ଏହି ପ୍ରତିଯୋଗିତା ଲାଗି ମନୋନୀତ ହୋଇଥିଲେ। ପ୍ରଶିକ୍ଷକ ଏବଂ ପ୍ରବନ୍ଧକ ଭାବେ ଶିବରାମ ପାତ୍ର ଏବଂ ରେଫରି ଶିଶିର କୁମାର ପାଣିଗ୍ରାହୀ ଓ ବୈଷୟିକ ଅଧିକାରୀ ରାଜ୍ୟ ମୁଷ୍ଟିଯୁଦ୍ଧ ସଂଘ ସମ୍ପାଦକ ଅନିଲ ବହିଦାର ମଧ୍ୟ ଗସ୍ତ କରିଛନ୍ତି। ସଫଳତା ଲାଗି ଖେଳାଳିମାନଙ୍କୁ ଫାଓ’ର ସମ୍ପାଦକ ଆଶୀର୍ବାଦ ବେହେରା, ରାଜ୍ୟ ମୁ‌ଷ୍ଟିଯୁଦ୍ଧ ସଂଘ ସଭାପତି ଅଧୀପ ଦାସ, ଅଶୋକ ସାହୁ, କେ ପ୍ରଭାକର ରାଓ, ରବି ପ୍ରତିହାରୀ, ଅଞ୍ଜନ ଦାସ, ପଦ୍ମନାଭ ପାତ୍ର, ବିଜୟ ଦାସ, ମମତା ପଣ୍ଡା ଶୁଭକାମନା ଜଣାଇଛନ୍ତି।

ଓଡ଼ିଶା ଦଳ: ସନ୍ତୋଷ ପ୍ରଧାନ, ସନ୍ତୋଷ ଭୋଇ, ନିକଲସନ୍‌ ପିଟର, ମାନସ ଜେନା, ପ୍ରିୟବ୍ରତ୍ତ ନାୟକ, ଦୀପକ କୁମାର ପରିଡ଼ା, ଏସ୍‌ ଆର୍‌ ସାହୁ, ସ୍ବପ୍ନ କୁମାର ସାହୁ, ଅନିଲ କୁମାର ଜେନା, ଆଦିତ୍ୟ କୁମାର ମହାନ୍ତି ଓ ଦିବ୍ୟରଂଜନ ଦଳେଇ।

ସମ୍ବନ୍ଧିତ ଖବର