ନାଲକୋ ଓପନ୍‌ ଟେନିସ ଫାଇନାଲ୍ ଆଜି

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ନାଲକୋ ଓପନ୍ ରାଜ୍ୟସ୍ତରୀୟ ଟେନିସ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଗୁଡ଼ିକ ମଙ୍ଗଳବାର ଅନୁଷ୍ଠିତ ହେବ। ୧୨ ବର୍ଷରୁ କମ୍ ବାଳକରେ ଦେବାଶିଷ ସାହୁ-ସଂପ୍ରୀତ ଶର୍ମା, ୧୬ ବର୍ଷରୁ କମ୍ ବାଳକରେ ଅଭିଷେକ ମହାପାତ୍ର-ଆଶିଷ ପରିଡ଼ା, ୧୪ ବର୍ଷରୁ କମ୍ ବାଳିକାରେ ଅଚିତା ସାହୁ-ଦୀକ୍ଷା ରାଉତ, ମହିଳା ଏକକ ଫାଇନାଲରେ ଭାର୍ଗବୀ କାଳଗା-ଅମିକ୍ କିରଣ ବଟ୍ଟ ଏବଂ ପୁରୁଷ ଏକକା ଫାଇନାଲରେ କବିର ହଂସ-ଅଂଶୁ କୁମାର ଭୂୟାଁ ମୁହାଁମୁହିଁ ହେବେ। ସେମିଫାଇନାଲରେ ଭାର୍ଗବୀ ୬-୩, ୬-୦ରେ ଅନନ୍ୟା ଯାଦବଙ୍କୁ, ଅମିକ୍‌ ୬-୨, ୬-୧ରେ ଦୀକ୍ଷା ରାଉତଙ୍କୁ, କବିର ୬-୨, ୬-୦ରେ ଅଭିଷେକ ମହାପାତ୍ରଙ୍କୁ, ଅଂଶୁ ୬-୨, ୬-୦ରେ ସ୍ବସ୍ତିକ ସତ୍ୟକାମ ପ୍ରଧାନଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର