୪ର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଧକ୍କା, ଆହତ କାରଣରୁ ଦଳରୁ ବାଦ ପଡ଼ିଲେ ବୁମରା

ବ୍ରିସବେନ : ସିଡନି ଟେଷ୍ଟ ଡ୍ର ହେବାପରେ ବ୍ରିସବେନଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟର ଗୁରୁତ୍ବ ବଢିଯାଇଛି । ଏବେ ସିରିଜ ୧-୧ରେ ଥିବାବେଳେ ୪ର୍ଥ ଟେଷ୍ଟ ହିଁ ବର୍ଡର-ଗାଭାସ୍କର ଟ୍ରଫିର ବିଜେତା ନିର୍ଣ୍ଣୟ କରିବ ।

ତେବେ ଆସନ୍ତା ୧୫ ତାରିଖରୁ ୪ର୍ଥ ଟେଷ୍ଟ ଆରମ୍ଭ ହେଉଥିବାବେଳେ ଭାରତୀୟ ଦଳକୁ ଏକ ବଡ଼ ଧକ୍କା ଲାଗିଛି । ଭାରତର ପ୍ରମୁଖ ବୋଲର ଜସପ୍ରିତ ବୁମରା ଆହତଜନିତ କାରଣରୁ ଏହି ଟେଷ୍ଟରୁ ବାଦ ପଡ଼ିଛନ୍ତି । ତାଙ୍କର ମାଂସପେଶୀ ଯନ୍ତ୍ରଣା ଥିବା ଜଣାଯାଇଛି । ଦଳର ପ୍ରମୁଖ ଦ୍ରୁତ ବୋଲର ବାଦ ପଡ଼ିବା ଦଳପାଇଁ ଚିନ୍ତାର କାରଣ ହୋଇଛି । ଏହା ଦଳର ପ୍ରଦର୍ଶନକୁ ମଧ୍ୟ ପ୍ରଭାବିତ କରିପାରେ । ଅଧିନାୟକ ବିରାଟ କୋହଲି ଦଳରେ ଅନୁପସ୍ଥିତ ଥିବାବେଳେ ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା ଆହତ ଅଛନ୍ତି । ସେ ମଧ୍ୟ ୪ର୍ଥ ଟେଷ୍ଟ ଖେଳିବେ ନାହିଁ । ବ୍ୟାଟ୍ସମ୍ୟାନ ହନୁମା ବିହାରି ମଧ୍ୟ ଶତପ୍ରତିଶତ ଫିଟ୍ ନାହାନ୍ତି । ତାଙ୍କର ଜଙ୍ଘରେ ମାଂସପେଶୀ ଯନ୍ତ୍ରଣା ରହିଛି । ଏଣୁ ସେ ମଧ୍ୟ ଖେଳିବା ନେଇ ସଂଦେହ ରହିଛି ।

ଏଣୁ ଗୁରୁତ୍ବପୂର୍ଣ୍ଣ ୪ର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛି । ଆହତ ବୁମରାଙ୍କ ସ୍ଥାନରେ ଯୁବ ଦ୍ରୁତ ବୋଲର ନଟରାଜନ ଖେଳିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର