୨୯ ବର୍ଷ ବୟସରେ ପଦାର୍ପଣ କଲେ ବିରାଟ, ଟିମ୍‌ ସହ ମିଶି ପାଳିଲେ ଜନ୍ମଦିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ରବିବାର ରାଜକୋଟଠାରେ ତାଙ୍କର ୨୯ତମ ଜନ୍ମଦିବସ ପାଳନ କରିଛନ୍ତି। ବିରାଟଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ଟୁଇଟରରେ ଅନେକ କ୍ରିକେଟର ଏବଂ ଚଳଚ୍ଚିତ୍ର କଳାକାରମାନେ ଅଭିନନ୍ଦନ ଜଣାଇଛନ୍ତି। କୋହଲି ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ଜନ୍ମଦିନ ପଳାନ ସମୟର ଭିଡିଓ ସହିତ ନିଜର କେକ୍‌ ଲଗା ଫଟୋ ଅପଲୋଡ କରିଛନ୍ତି। ନିଜର ଅଗଣତି ଫ୍ୟାନ୍‌ମାନଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

 

ଗତକାଲି ରାଜକୋଟର ସ୍ୱରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ହୋଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ଟି୨୦ ଦ୍ୱିତୀୟ ମ୍ୟଚରେ ଭାରତ ୪୦ ରନରେ ପରାସ୍ତ ହୋଇଥିଲା । ଏହି ପରାସ୍ତ ପାଇଁ କେହି କେହି ମହେନ୍ଦ୍ର ସିଂହ ଧୋନିଙ୍କୁ ଦୋଷ ଦେଇଥିବା ବେଳେ କେହଲି କିନ୍ତୁ କହିଥିଲେ ଖେଳରେ ଏପରି ହୋଇଥାଏ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୫, ୧୯୮୮ ରେ ଜନ୍ମ ଲାଭ କରିଥିବା ବିରାଟ କୋହଲି ୨୦୦୮ ମସିହାରେ ଡମବୁଲାରେ ହୋଇଥିବା ଭାରତ ଓ ଶ୍ରୀଲଙ୍କା ଓଡିଆଇ ମ୍ୟାଚ୍‌ରେ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ମହେନ୍ଦ୍ର ସିଂହ ଧୋନି ଅଧିନାୟକ ପଦରୁ ଇସ୍ତଫା ଦେବା ପରେ କୋହଲି ବିଶ୍ୱ କ୍ରକେଟ୍‌ ଦୁନିଆରେ ନିଜକୁ ଜଣେ ସୁପର୍‌ଷ୍ଟାର୍‌ ଭାବେ ପରିଚିତ କରି ପାରିଛନ୍ତି। ତେବେ, ଏହି ପରିଚିତ ବ୍ୟାଟସ୍‌ମ୍ୟାନ ବିରାଟ କୋହଲି ଏବେ ସୁଦ୍ଧା ୬୦ଟି ଟେଷ୍ଟ , ୨୦୨ଟି ଓଡିଆଇ , ୫୪ଟି ଟି୨୦ ଖେଳି ସାରିଛନ୍ତି।

 

ସମ୍ବନ୍ଧିତ ଖବର