କଟକ: ବାରବାଟୀ ଷ୍ଟାଡିୟମସ୍ଥିତ କଟକ ଜିଲ୍ଲା ଟେନିସ ସଂଘ (ସିଟିଡିଏ) କମ୍ପେକ୍ସରେ ଚାଲିଥିବା ୧୪ ବର୍ଷରୁ କମ୍ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଛି। ବାଳକ ଏକକ ବର୍ଗରେ ଓଡିଶାର ସାଇ ସ୍ୱସ୍ତିକ ମହାନ୍ତି ବିଜେତା ଓ ପଶ୍ଚିମବଙ୍ଗର ଅମରିତ ଭାଟ୍ସ ଉପବିଜେତା ହୋଇଛନ୍ତି। ବାଳିକା ଏକକରେ ଓଡିଶାର ଆହାନ ବିଜେତା ଓ ଆରାଧ୍ୟା ବର୍ମା ଉପବିଜେତା ହୋଇଛନ୍ତି। ସେହିପରି ବାଳକ ଯୁଗଳରେ ସାଇ ସ୍ୱସ୍ତିକ ମହାନ୍ତି ଓ ଅଙ୍କିତ ସାହୁଙ୍କ ଯୋଡି ବିଜେତା ଓ ଅମରିତ ଭାଟସ ଓ ମୟଙ୍କ ମୋଦିଙ୍କ ଯୋଡି ଉପ ବିଜେତା ହୋଇଥିଲେ।
ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓପିଏସ୍ସି ଅଧକ୍ଷ ତଥା ଓଡ଼ିଶା ଟେନିସ ସଂଘ ସମ୍ପାଦକ ଡକ୍ଟର ସତ୍ୟଜିତ ମହାନ୍ତି ଉପସ୍ଥିତ ରହି କୃତୀ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୫ଟି ରାଜ୍ୟର ୪୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ଆଇଜି (ପର୍ସୋନେଲ) ତଥା ସମ୍ପାଦକ ଏସ୍. ପ୍ରବୀଣ କୁମାର, ସଭାପତି ଯଶୋବନ୍ତ ଦାସ, କାର୍ଯ୍ୟକାରୀ ସଭାପତି ରଜନୀକାନ୍ତ ଦୟାଲ, ରେଫରି ଯତିନ ବାଟସେ, କୋଷାଧକ୍ଷ ସତ୍ୟଜିତ ମହାନ୍ତି (ରୁବୁନା), ହିମାଦ୍ରୀ କାନୁନ୍ଗୋ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/f654hf65s4f65hs4sf5hfhsfshfh.jpg)