ଲଣ୍ଡନ: ବିଶ୍ବକପ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳକୁ ଶକ୍ତ ଧକ୍କା ଲାଗିଛି। କାନ୍ଧ ଯନ୍ତ୍ରଣାରୁ ସଂପୂର୍ଣ୍ଣ ମୁକୁଳି ପାରି ନଥିବାରୁ ଏହି ଦଳର ଅଭିଜ୍ଞ ଦ୍ରୁତ ବୋଲର ଡେଲ ଷ୍ଟେନ୍ ଇଂଲଣ୍ଡ ବିପକ୍ଷ ଉଦ୍ଘାଟନୀ ମୁକାବିଲାରୁ ବାଦ ପଡ଼ିଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଶିକ୍ଷକ ଓଟିସ୍ ଗିବସନ୍ ଅବଶ୍ୟ ଖୋଲାଖୋଲି ଭାବେ ଏଥିନେଇ କିଛି କହି ନାହାନ୍ତି। ତେବେ ଇଂଲଣ୍ଡ ବିପକ୍ଷ ଉଦ୍ଘାଟନୀ ବେଳକୁ ଷ୍ଟେନ୍ ସୁସ୍ଥ ହୋଇ ନଥିବେ ବୋଲି ସଙ୍କେତ ଦେଇଛନ୍ତି। ୩୫ ବର୍ଷୀୟ ଷ୍ଟେନ୍ ଇଂଲଣ୍ଡରେ ଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକାର କୌଣସି ଅଭ୍ୟାସ ମ୍ୟାଚ୍ ଖେଳି ନାହାନ୍ତି। ବର୍ଷା ଧୋଇ ନେଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅଭ୍ୟାସ ମ୍ୟାଚ୍ ପାଇଁ ଘୋଷିତ ୧୫ ଜଣିଆ ଦଳରେ କିନ୍ତୁ ସେ ଥିଲେ। ଦ୍ବିତୀୟ ଅଭ୍ୟାସ ମ୍ୟାଚ୍ ଦଳରେ କିନ୍ତୁ ତାଙ୍କୁ ସ୍ଥାନ ମିଳି ନଥିଲା। ଜୁନ୍ ୫ ତାରିଖରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଦ୍ବିତୀୟ ମ୍ୟାଚ୍ ବେଳକୁ ଷ୍ଟେନ୍ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିବେ ବୋଲି ଦଳୀୟ ଅଧିକାରୀମାନେ ଆଶା ରଖିଛନ୍ତି। ଚଳିତ ବର୍ଷର ଆଇପିଏଲରେ ଷ୍ଟେନ୍ ବହୁ ବିଳମ୍ବରେ ବଦଳ ଖେଳାଳି ଭାବେ ଯୋଗ ଦେଇଥିଲେ। ହେଲେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ମାତ୍ର ଦୁଇଟି ମ୍ୟାଚ୍ ଖେଳିବା ପରେ ଆହତ ହୋଇ ସ୍ବଦେଶ ଫେରି ଯାଇଥିଲେ। ଡାହାଣ କାନ୍ଧରେ ଭୀଷଣ ଯନ୍ତ୍ରଣା ହେବାରୁ ତାଙ୍କ ଆଇପିଏଲ୍ ଅଭିଯାନ ସେହିଠାରେ ଶେଷ ହୋଇ ଯାଇଥିଲା।
ଇଂଲଣ୍ଡ ଉଦ୍ଘାଟନୀରୁ ଷ୍ଟେନ୍ ବାଦ୍
/sambad/media/post_attachments/wp-content/uploads/2019/05/sten.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)