ପାଥୁମ ଥାନି (ଥାଇଲାଣ୍ଡ) : ଏଠାରେ ଚାଲିଥିବା ଏଏଫ୍ସି ୧୭ ବର୍ଷରୁ କମ୍ ବାଳକ ଏସୀୟ କପ୍ରେ ଭାରତ ଅମୀମାଂସିତରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍-ଡି’ରେ ସ୍ଥାନ ପାଇଥିବା ଭାରତ ଶନିବାର ଭିଏତନାମ ବିପକ୍ଷ ନିଜର ପ୍ରଥମ ମ୍ୟାଚ୍କୁ ୧-୧ ଗୋଲ୍ରେ ଅମୀମାଂସିତ ରଖିଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ। ଲଙ୍ଗ ଭୁ (୪୪ ମିନିଟ୍)ଙ୍କ ଗୋଲ୍ରେ ଭିଏତନାମ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟାର୍ଦ୍ଧରେ ଭାରତର ମାଲେମଙ୍ଗାମ୍ବା ଥୋକଚୋମ (୬୯ ମିନିଟ୍) ଏହି ଗୋଲ୍ଟି ଶୁଝି ସ୍ଥିତି ବରାବର କରିଥିଲା।
ଏଏଫ୍ସି ବାଳକ ଏସୀୟ କପ୍: ଅମୀମାଂସିତରୁ ଭାରତର ଅଭିଯାନ
/sambad/media/post_attachments/wp-content/uploads/2023/06/AFC-U17-ASIAN-CUP-2023-Second-Half-800x500-1.jpg)