ଏଥର ବିଶ୍ବକପ୍‌ରେ ୫୦୦+ ସ୍କୋର୍‌!

ନୂଆଦିଲ୍ଲୀ: ସୀମିତ ଓଭର କ୍ରିକେଟ୍‌ କ୍ରମେ ବ୍ୟାଟ୍‌ସମ୍ୟାନଙ୍କ ଖେଳ ହେଉଥିବାରୁ ଆଗାମୀ ବିଶ୍ବକପ୍‌ ମଧ୍ୟ କିଛି ବଡ଼‌ ସ୍କୋର୍ ପ୍ରଦାନ କରିବ ବୋଲି କ୍ରିକେଟ୍‌ପ୍ରେମୀ ଆଶା ବାନ୍ଧିଛନ୍ତି। ୨୦୧୫ ବିଶ୍ବକପ୍‌ ପରଠାରୁ ଦୁଇ ଥର ଦିନିକିଆ କ୍ରିକେଟ୍‌ର ସର୍ବୋଚ୍ଚ ସ୍କୋର୍ କୀର୍ତିମାନ ଭାଙ୍ଗିଥିବାରୁ ଏଥର ମଧ୍ୟ ବଡ଼ ସ୍କୋର୍ ହେବାର ସମ୍ଭାବନା ରହିଛି। ୨୦୧୬‌ ଅଗଷ୍ଟରେ ପାକିସ୍ତାନ ବିପକ୍ଷ ଦିନିକିଆରେ ଇଂଲଣ୍ଡ ୪୪୪/୩ ସ୍କୋର୍ କରିଥିଲା। ଯାହାକୁ ଗତବର୍ଷ ଜୁନ୍‌ରେ ଇଂଲଣ୍ଡ (୪୮୧/୬ ବନାମ ଅଷ୍ଟ୍ରେଲିଆ) ପଛରେ ପକାଇ ଦେଇଥିଲା। ଉଭୟ ମ୍ୟାଚ୍‌ ନଟିଂହାମର ଟ୍ରେଣ୍ଟ୍‌ବ୍ରିଜ୍‌ରେ ଖେଳାଯାଇଥିଲା। ଏହି ସ୍କୋର୍ ୫୦୦ ରନ୍‌ଠାରୁ ମାତ୍ର ୧୯ ରନ୍‌ ଦୂରରେ ଥିବାରୁ ଆଗାମୀ ବିଶ୍ବକପ୍‌ରେ ପ୍ରଥମ ଥର ଦିନିକିଆରେ ଏହି ଅଙ୍କ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ବିଶେଷ କରି ଟ୍ରେଣ୍ଟବ୍ରିଜ୍‌ରେ ବିଶ୍ବକପ୍‌ର ୫ଟି ମ୍ୟାଚ୍‌ ଖେଳାଯିବ। ଜୁନ୍‌ ୧୩ ତାରିଖରେ ଭାରତ ମଧ୍ୟ ନ୍ୟୁଜିଲାଣ୍ଡ୍‌ ସହିତ‌ ସେଠାରେ‌ ଖେଳିବ। ପ୍ରଶଂସକଙ୍କ ପାଇଁ ପ୍ରସ୍ତୁତ ସ୍କୋର୍‌ କାର୍ଡରେ ପ୍ରଥମତଃ ୪୦୦ରୁ ଊର୍ଧ୍ବ ରନ୍‌ ପାଇଁ ଡିଜାଇନ୍ କରାଯାଇଥିଲା। କିନ୍ତୁ ୫୦ ଓଭର କ୍ରିକେଟ୍‌ରେ ପ୍ରଥମ ଥର ଏହା ୫୦୦ ସୀମା ଟପିବା ସମ୍ଭାବନା ଦୃଷ୍ଟିରୁ ସ୍କୋରକାର୍ଡକୁ ପୁନଃ ଛାପିବାକୁ ପଡ଼ିବ ବୋଲି ପ୍ରତିଯୋଗିତାର ନିର୍ଦେଶକ ଷ୍ଟିଭ୍ ଏଲୱର୍ଥି କହିଛନ୍ତି। ସ୍କୋରକାର୍ଡ ସ୍କେଲ୍‌ରେ ମଧ୍ୟ ପରିବର୍ତନ କରାଯିବ ବୋଲି କହିଛନ୍ତି ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍ ହାରିସନ୍‌।
ଗତ ମେ’ ୧୧ ତାରିଖରେ ଇଂଲଣ୍ଡ ୩୭୩/୩ ‌ରନ୍ ସ୍କୋର କରିବା ପରେ ପାକିସ୍ତାନ (୩୬୧/୭)କୁ ମାତ୍ର ୧୨ ରନ୍‌ରେ ହରାଇଥିଲା। ଏହାର ୩ ଦିନ ପରେ ପାକିସ୍ତାନ ୩୫୮ ରନ୍ କରିଥିଲେ ମଧ୍ୟ ଇଂଲଣ୍ଡ ଏହାକୁ ୫ ଓଭର ପୂର୍ବରୁ ୬ ୱିକେଟ୍‌ରେ ଜିତି ଯାଇଥିଲା। ଇଂଲଣ୍ଡର ଶୁଷ୍କ ପାଣିପାଗ ଏବଂ ପଟ୍ଟା ପିଚ୍‌ କାରଣରୁ ଧଳା ବଲ୍‌ ବିଶେଷ ସୁଇଙ୍ଗ ହେଉ ନାହିଁ। ଏହି କାରଣରୁ ଇଂଲଣ୍ଡ ବିଶ୍ବକପ୍‌ରେ ମଧ୍ୟ ବହୁ ବ୍ୟାଟିଂ କୀର୍ତିମାନ ପ୍ରତିଷ୍ଠା ହେବ ବୋଲି ଆଶା କରାଯାଉଛି। ନିମ୍ନରେ ଦିନିକିଆରେ ପ୍ରଥମ ଥର ମାଇଲଖୁଣ୍ଟ୍ ସ୍କୋର୍ କେବେ ଏବଂ କେଉଁଠି ପ୍ରତିଷ୍ଠା ହୋଇଥିଲା ଏହାର ସାରଣୀ ପ୍ରଦାନ କରାଗଲା।

ସର୍ବୋଚ୍ଚ ଦିନିକିଆ ସ୍କୋର୍ ମାଇଲଖୁଣ୍ଟ୍‌
ପ୍ରଥମ ୩୦୦+ ସ୍କୋର: (ଦିନିକିଆ ନମ୍ବର ୧୯), ନ୍ୟୁଜିଲାଣ୍ଡ୍‌ ୩୩୪/୪ ବନାମ ଭାରତ, ଲଣ୍ଡନ୍‌, ୧୯୭୫।
ପ୍ରଥମ ୩୫୦+ ସ୍କୋର: (ଦିନିକିଆ ନମ୍ବର ୪୫୭), ୱେଷ୍ଟଇଣ୍ଡିଜ୍‌ ୩୬୦/୪ ବନାମ ଶ୍ରୀଲଙ୍କା, କରାଚୀ, ୧୯୮୭।
ପ୍ରଥମ ୪୦୦+ ସ୍କୋର୍‌: (ଦିନିକିଆ ନମ୍ବର ୨୩୪୯), ଅଷ୍ଟ୍ରେଲିଆ ୪୩୪/୪ ବନାମ ଦକ୍ଷିଣ ଆଫ୍ରିକା, ଜୋହାନ୍ସବର୍ଗ, ୨୦୦୬।
ପ୍ରଥମ ୪୫୦+ ସ୍କୋର: (ଦିନିକିଆ ନମ୍ବର ୪୦୧୧), ଇଂଲଣ୍ଡ ୪୮୧/୬ ବନାମ ପାକିସ୍ତାନ, ନଟିଂହାମ୍‌, ୨୦୧୮।
ପ୍ରଥମ ୫୦୦/୫୦୦+ ସ୍କୋର: ୨୦୧୯ ବିଶ୍ବକପ୍‌ ?

ଦିନିକିଆରେ ୪୦୦+ ସ୍କୋର୍‌ ୨୦ ଥର

ଦେଶ ସ୍କୋର୍‌ ଓଭର ରନ୍‌ ରେଟ୍‌ ପାଳି ପ୍ରତିପକ୍ଷ ଗ୍ରାଉଣ୍ଡ୍‌ ବର୍ଷ
ଇଂଲଣ୍ଡ ୪୮୧/୬ ୫୦.୦ ୯.୬୨ ୧ ଅଷ୍ଟ୍ରେଲିଆ ନଟିଂହାମ୍‌ ୨୦୧୮
ଇଂଲଣ୍ଡ ୪୪୪/୩ ୫୦.୦ ୮.୮୮ ୧ ପାକିସ୍ତାନ ନଟିଂହାମ ୨୦୧୬
ଶ୍ରୀଲଙ୍କା ୪୪୩/୯ ୫୦.୦ ୮.୮୬ ୧ ନେଦରଲାଣ୍ଡ୍‌ ଆମଷ୍ଟଲଭିନ୍‌ ୨୦୦୬
ଦ. ଆଫ୍ରିକା ୪୩୯/୨ ୫୦.୦ ୮.୭୮ ୧ ୱେଷ୍ଟଇଣ୍ଡିଜ୍‌ ଜୋହା‌ନ୍ସବର୍ଗ ୨୦୧୫
ଦ.ଆଫ୍ରିକା ୪୩୮/୯ ୪୯.୫ ୮.୭୮ ୨ ଅଷ୍ଟ୍ରେଲିଆ ଜୋହାନ୍ସବର୍ଗ ୨୦୦୬
ଦ.ଆଫ୍ରିକା ୪୩୮/୪ ୫୦.୦ ୮.୭୬ ୧ ଭାରତ ମୁମ୍ବାଇ ୨୦୧୫
ଅଷ୍ଟ୍ରେଲିଆ ୪୩୪/୪ ୫୦.୦ ୮.୬୮ ୧ ଦ.ଆଫ୍ରିକା ଜୋହାନ୍ସବର୍ଗ ୨୦୦୬
ଦ.ଆଫ୍ରିକା ୪୧୮/୫ ୫୦.୦ ୮.୩୬ ୧ ଜିମ୍ବାୱେ ପଶ୍ଚଷ୍ଟ୍ରୁମ୍‌ ୨୦୦୬
ଭାରତ ୪୧୮/୫ ୫୦.୦ ୮.୩୬ ୧ ୱେଷ୍ଟଇଣ୍ଡିଜ୍‌ ଇନ୍ଦୋର ୨୦୧୧
ଇଂଲଣ୍ଡ ୪୧୮/୬ ୫୦.୦ ୮.୩୬ ୧ ୱେଷ୍ଟଇଣ୍ଡିଜ୍‌ ସେଣ୍ଟ୍ ଜର୍ଜ ୨୦୧୯
ଅଷ୍ଟ୍ରେଲିଆ ୪୧୭/୬ ୫୦.୦ ୮.୩୪ ୧ ଆଫଗାନିସ୍ତାନ ପର୍ଥ ୨୦୧୫
ଭାରତ ୪୧୪/୭ ୫୦.୦ ୮.୨୮ ୧ ଶ୍ରୀଲଙ୍କା ରାଜକୋଟ ୨୦୦୯
ଭାରତ ୪୧୩/୫ ୫୦.୦ ୮.୨୬ ୧ ବରମୁଡା ପୋର୍ଟ ଅଫ ସ୍ପେନ୍‌ ୨୦୦୭
ଶ୍ରୀଲଙ୍କା ୪୧୧/୮ ୫୦.୦ ୮.୨୨ ୨ ଭାରତ ରାଜକୋଟ ୨୦୦୯
ଦ.ଆଫ୍ରିକା ୪୧୧/୪ ୫୦.୦ ୮.୨୨ ୧ ଆୟର୍ଲାଣ୍ଡ୍‌ କାନବେରା ୨୦୧୫
ଦ.ଆଫ୍ରିକା ୪୦୮/୫ ୫୦.୦ ୮.୧୬ ୧ ୱେଷ୍ଟଇଣ୍ଡିଜ୍‌ ସିଡନି ୨୦୧୫
ଇଂଲଣ୍ଡ ୪୦୮/୯ ୫୦.୦ ୮.୧୬ ୧ ନ୍ୟୁଜିଲାଣ୍ଡ୍‌ ବର୍ମିଂହାମ ୨୦୧୫
ଭାରତ ୪୦୪/୫ ୫୦.୦ ୮.୦୮ ୧ ଶ୍ରୀଲଙ୍କା କୋଲକାତା ୨୦୧୪
ନ୍ୟୁଜିଲାଣ୍ଡ୍‌ ୪୦୨/୨ ୫୦.୦ ୮.୦୪ ୧ ଆୟର୍ଲାଣ୍ଡ୍‌ ଆବରଦିନ୍ ୨୦୦୮
ଭାରତ ୪୦୧/୩ ୫୦.୦ ୮.୦୨ ୧ ଦକ୍ଷିଣ ଆଫ୍ରିକା ଗ୍ବାଲିୟର୍‌ ୨୦୧୦

ସମ୍ବନ୍ଧିତ ଖବର