ଏସ୍‌ଆର ଓପନ୍ ଚେସ୍: ତନ୍ମୟ ବିଜେତା

SR Open Chess: Tanmay winner

ଭୁବନେଶ୍ବର: ଏସ୍ଆର ଚେସ୍ ସେଣ୍ଟର ପକ୍ଷରୁ ରବିବାର ଆୟୋଜିତ ହୋଇଥିବା ୨୦ତମ ‘ଏସ୍‌ଆର ଅନଲାଇନ୍ ଓପନ୍ ଚେସ୍’ ପ୍ରତିଯୋଗିତାରେ ଷ୍ଟୁଆର୍ଟ ସ୍କୁଲ୍, ଭୁବନେଶ୍ବରର ନବମ ଶ୍ରେଣୀ ଛାତ୍ର ଚିନ୍ମୟ ତ୍ରିପାଠୀ (୫.୫/୬) ବିଜେତା ହୋଇଥିଲା ବେଳେ ଲୟଲା ସ୍କୁଲର ନବମ ଶ୍ରେଣୀ ଛାତ୍ର ଆରିନ୍ ଅନ୍ବେଷ ସ୍ବାଇଁ (୪.୫/୬) ଉପବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ସେହିଭଳି ଡିପିଏସ୍ କଳିଙ୍ଗ, କଟକର ପ୍ରତୀକ ଚୌରାସିଆ (୪.୫/୬) ତୃତୀୟ ସ୍ଥାନରେ ରହିଛନ୍ତି। ଭେଟେରାନ୍ ବର୍ଗରେ ସଞ୍ଜୟ ପଟ୍ଟନାୟକ (୩) , ୧୫ ବର୍ଷରୁ କମ୍ ବର୍ଗରେ ଧୀର୍ ଚୱଲ (୩), ୧୩ ବର୍ଷରୁ କମ୍‌ ବର୍ଗରେ ତେଜସ୍ ଲୋହାନୀ (୩) ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

୧୧ ବର୍ଷରୁ କମ୍ ବର୍ଗରେ ବିକାଶ କୁମାର ଲେଙ୍କା (୪.୫), ଶିବାଂଶ ମିଶ୍ର (୪) ଓ ଆଦିତ୍ୟ ନାରାୟଣ ମହାନ୍ତି (୪) ପ୍ରଥମ ତିନି ସ୍ଥାନରେ ରହିଥିଲେ। ୯ ବର୍ଷରୁ କମ୍‌ରେ ଆର୍ଯ୍ୟନ୍ ‌େବ‌ହେରା (୪), ଶାନ୍ତନୁ କୁମାର ଦାସ (୩.୫), ସୂର୍ଯ୍ୟାଂଶ ମହାକୁଡ଼ (୩) ପ୍ରଥମ ତିନି ସ୍ଥାନରେ ରହିଥିଲା ବେଳେ ୭ ବର୍ଷରୁ କମ୍ ବର୍ଗରେ ଶୁଭସ୍ମିତା ପ୍ରିୟଦର୍ଶିନୀ (୨) ଓ ଶ୍ରେୟାଂଶୀ ନାୟକ (୧.୫) ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଏସ୍ଆର ଚେସ୍ ସେଣ୍ଟରର ସଂପାଦକ ସତ୍ୟରଞ୍ଜନ ପଟ୍ଟନାୟକ, କିମ୍ସର ମାନସ ରଞ୍ଜନ ମିଶ୍ର ଓ ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ରାଜ୍ୟର ଖେଳାଳି ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

ସମ୍ବନ୍ଧିତ ଖବର