କଟକ: ମନୀଷା ନାୟକଙ୍କ ହ୍ୟାଟ୍ରିକ୍ (କ୍ରମାଗତ ତୃତୀୟ) ଗୋଲ୍ ବଳରେ ମଣିପୁରଠାରେ ଚାଲିଥିବା ଜାତୀୟ ଉପକନିଷ୍ଠ ବାଳିକା ଫୁଟବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଓଡ଼ିଶା ପହଞ୍ଚିଯାଇଛି। ଗୁରୁବାର କ୍ୱାର୍ଟର ଫାଇନାଲ୍ରେ ଓଡ଼ିଶା ୪-୧ ଗୋଲ୍ରେ କେରଳକୁ ପରାସ୍ତ କରି ସେମିରେ ସ୍ଥାନ ପକ୍କା କରିଛି। କେରଳ ପକ୍ଷରୁ ଏମ୍ ସୋନା ୩୦ ମିନିଟ୍ରେ ମ୍ୟାଚ୍ର ପ୍ରଥମ ଗୋଲ୍ ଦେଇଥିଲେ। ହେଲେ ଓଡ଼ିଶାର ସୁମିତ୍ରା ହେମ୍ବ୍ରମ୍ ୩୫ ମିନିଟ୍ରେ ଗୋଲ୍ ଶୁଝି ଦେଇଥିଲେ। ଏହାପରଠୁ କେରଳକୁ ଆଉ ସୁଯୋଗ ନଦେଇ ଓଡ଼ିଶା ପକ୍ଷରୁ ମନୀଷା (୪୭, ୮୦ ଓ ୮୮ ମିନିଟ୍) ଲାଗ ଲାଗ ତିନିଟି ଗୋଲ୍ ଦେଇ ଦଳକୁ ଜିତାଇଥିଲେ।
କେରଳକୁ ହରାଇ ସେମିରେ ଓଡ଼ିଶା
ଜାତୀୟ ବାଳିକା ଫୁଟ୍ବଲ୍
/sambad/media/post_attachments/wp-content/uploads/2017/11/10Sub-junior-football-photo.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)