ବେଜିଂ: ଭାରତୀୟ ଟେନିସ୍ ଲଳନା ସାନିଆ ମିର୍ଜା ଏବଂ ତାଙ୍କ ଚୀନ୍ ସାଥୀ ପେଙ୍ଗ୍ ସୁଆଇ ଚାଇନା ଓପନ୍ ସେମିଫାଇନାଲ୍ରେ ସ୍ଥାନ ପକ୍କା କରିନେଇଛନ୍ତି। ଶୁକ୍ରବାର ମହିଳା ଯୁଗଳ କ୍ୱାର୍ଟର୍ ଫାଇନାଲ୍ରେ ତୃତୀୟ ମାନ୍ୟତା ଭାରତ-ଚୀନ୍ ଯୋଡ଼ି ୪-୬, ୬-୨, ୧୦-୦ ସେଟ୍ରେ ପଞ୍ଚମ ମାନ୍ୟତା ଚେକ୍ ଗଣରାଜ୍ୟର ବାର୍ବୋରା ଷ୍ଟ୍ରାଇକୋଭା ଏବଂ କାତେରିନା ସିନିଆକୋଭାଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍ରେ ସାନିଆ ଓ ପେଙ୍ଗ୍ ଶୀର୍ଷ ମାନ୍ୟତା ସ୍ୱିଜରଲାଣ୍ଡ-ତାଇଓ୍ଵାନ୍ର ମାର୍ଟିନା ହିଙ୍ଗିସ୍ ଓ ଚାନ୍ ୟୁଙ୍ଗ୍ ଜାନ୍ଙ୍କୁ ଭେଟିବେ।
ଚାଇନା ଓପନ୍ ସେମିରେ ସାନିଆ-ପେଙ୍ଗ୍
/sambad/media/post_attachments/wp-content/uploads/2017/10/download-1-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)