ସମ୍ବଲପୁର: କର୍ଣ୍ଣାଟକ ଚିତ୍ରଦୁର୍ଗାସ୍ଥିତ ଭିଭି ସାଗର ଡ୍ୟାମ୍ରେ ଚାଲିଥିବା ଜାତୀୟ ମୁକ୍ତ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ରବି ନାରାୟଣ ବେହେରା ରୌପ୍ୟ ପଦକ ଲାଭ କରିଛନ୍ତି। ୨୫ରୁ ୩୯ ବର୍ଷ ପୁରୁଷ ବର୍ଗରେ ୧ କିଲୋମିଟର ଫ୍ରି-ଷ୍ଟାଇଲ୍ ସନ୍ତରଣ ପ୍ରତିଯୋଗିତାରେ ଶ୍ରୀ ବେହେରା ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ଆନ୍ଧ୍ର ପ୍ରଦେଶର କେ ଭେଙ୍କଟ ଅରୁଣ ପ୍ରଥମ ହୋଇଥିବା ବେଳେ କର୍ଣ୍ଣାଟକର ଲୋକେଶ ପୁଜର ତୃତୀୟ ସ୍ଥାନ ଲାଭ କରିଛନ୍ତି। ବୌଦ୍ଧର ଶ୍ରୀ ବେହେରା ଏହି ପ୍ରତିଯୋଗିତାରେ ଏକମାତ୍ର ସନ୍ତରଣବିତ୍ ଭାବେ ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିଲେ।
ଜାତୀୟ ମୁକ୍ତ ସନ୍ତରଣ:ରବିଙ୍କୁ ରୌପ୍ୟ
/sambad/media/post_attachments/wp-content/uploads/2019/02/swimming.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)