ହାଇଦ୍ରାବାଦ: ଆଇପିଏଲ୍ ଢାଞ୍ଚାରେ ଆୟୋଜିତ ହେଉଥିବା ପ୍ରିମିୟର ବ୍ୟାଡମିଣ୍ଟନ୍ ଲିଗ୍ ବା ପିବିଏଲ୍ର ସୋମବାର ହୋଇଥିବା ସାନି ଖେଳାଳି ନିଲାମରେ ଦୁଇ ଅଲିମ୍ପିଆନ୍ ସାଇନା ନେହଓ୍ଵାଲ ଏବଂ ପିଭି ସିନ୍ଧୁଙ୍କୁ ସେମାନଙ୍କ ପୁରୁଣା ଦଳ ପାଖରେ ରଖିଛନ୍ତି। ତେବେ ଉଭୟଙ୍କ ପାଉଣାରେ ୨୫ ପ୍ରତିଶତ ଲେଖାଏଁ ବୃଦ୍ଧି ହୋଇଛି। ଚେନ୍ନାଇ ସ୍ମାସର୍ସ ୪୮.୭୫ ଲକ୍ଷ ଟଙ୍କା ଦେଇ ସିନ୍ଧୁଙ୍କୁ କିଣିଥିଲା। ଅନ୍ୟ ପକ୍ଷରେ ସାଇନା ୪୧.୨୫ ଲକ୍ଷରେ ଅବଧ ଓ୍ଵାରିୟର୍ସକୁ ଯାଇଥିଲେ। ଗତ ନିଲାମରେ ଚେନ୍ନାଇ ୩୯ ଏବଂ ଅବଧ ୩୩ ଲକ୍ଷରେ ସିନ୍ଧୁ ଓ ସାଇନାଙ୍କୁ କିଣିଥିଲେ। ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ସୁପର ସିରିଜ୍ ବିଜେତା କିଦାମ୍ବି ଶ୍ରୀକାନ୍ତଙ୍କୁ ଅବଧ ଓ୍ଵାରିୟର୍ସ ୫୬.୧୦ ଲକ୍ଷରେ କିଣିଥିଲା। ନୂଆ ବିଶ୍ୱ ବିଜେତା ଡେନମାର୍କର ଭିକ୍ଟର ଆକ୍ସେଲସେନ୍ ୫୦ ଲକ୍ଷରେ ତାଙ୍କ ପୁରୁଣା ଦଳ ବେଙ୍ଗାଲୁର ବ୍ଲାଷ୍ଟର୍ସକୁ ଯାଇଥିଲେ। ଏହି ନିଲାମରେ ୮୨ ଜଣ ଭାରତୀୟଙ୍କ ସହ ମୋଟ ୧୩୦ ଜଣ ଖେଳାଳି କିଣା ବିକା ହୋଇଥିଲେ।
ପୁରୁଣା ଦଳରେ ରହିଲେ ସାଇନା, ସିନ୍ଧୁ
/sambad/media/post_attachments/wp-content/uploads/2017/10/rbl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)