ପ୍ୟାରିସ୍: ସ୍ଥାନୀୟ ପାର୍କ ଡେସ୍ ପ୍ରିନ୍ସେସ୍ ଷ୍ଟାଡିୟମ୍ରେ ଶନିବାର ଫିଫା ମହିଳା ବିଶ୍ବକପ୍ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ୍ରେ ଦକ୍ଷିଣ କୋରିଆ ବିପକ୍ଷରେ ଏକପାଖିଆ ବିଜୟ ହାସଲ କରିଛି ଆୟୋଜକ ଫ୍ରାନ୍ସ। ଫ୍ରାନ୍ସ ୪-୦ ଗୋଲ୍ରେ କୋରିଆକୁ ପରାସ୍ତ କରି ଦମ୍ଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଏଥି ସହିତ ଅନ୍ୟ ସମସ୍ତ ଅଂଶଗ୍ରହଣକାରୀ ଦଳଙ୍କୁ ଚେତାବନୀ ଦେଇଛି। ୪୫,୦୦୦ ଦର୍ଶକଙ୍କ ଗହଣରେ ଗ୍ରୁପ୍-ଏ’ର ଏହି ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘରୋଇ ଦଳ ଆଧିପତ୍ୟ ବିସ୍ତାର କରିଥିଲା। ଯାହା ଫଳରେ ଉଭୟାର୍ଧରେ ଫ୍ରାନ୍ସ ଦୁଇଟି ଲେଖାଏଁ ଗୋଲ୍ କୋରିଆ ଉପରେ ଲଦି ଦେଇଥିଲା। ପୂରା ମ୍ୟାଚ୍ରେ କୋରିଆ ଦଳ ଗୋଟିଏ ବି ଗୋଲ୍ କରିବାକୁ ସମର୍ଥ ନହେବାରୁ ଫ୍ରାନ୍ସ ୪-୦ର ବିଜୟ ହାସଲ କରିନେଇଥିଲା। ଏଥି ସହିତ ଫ୍ରାନ୍ସ ପୂରା ୨ ପଏଣ୍ଟ୍ ନିଜ ଖାତାରେ ଯୋଡ଼ିଦେଇଛି। ଶନିବାରର ଅନ୍ୟ ଏକ ମ୍ୟାଚ୍ରେ ଜର୍ମାନି ୧-୦ ଗୋଲ୍ରେ ଚୀନ୍କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି।
ଫିଫା ମହିଳା ବିଶ୍ବକପ୍ ଆରମ୍ଭ
/sambad/media/post_attachments/wp-content/uploads/2019/06/Untitled-8-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)