ନୂଆଦିଲ୍ଲୀ: ବ୍ରାଜିଲ୍ରେ ଚାଲିଥିବା ବିଶ୍ବ ବକ୍ସିଂ କପ୍ର ଫାଇନାଲ୍ରେ ପହଞ୍ଚି ଜାତୀୟ ବିଜେତା ହିତେଶ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଭାବେ ସେ ଏହି ଗୌରବ ପାଇଛନ୍ତି। ଶୁକ୍ରବାର ୭୦ କେଜି ସେମିଫାଇନାଲ୍ରେ ହିତେଶ ୫-୦ରେ ଫ୍ରାନ୍ସର ମାକନ ତ୍ରାଓରେଙ୍କୁ ହରାଇ ଦେଇଛନ୍ତି। ଫାଇନାଲ୍ରେ ସେ ଇଂଲଣ୍ଡର ଓଡେଲ କାମାରାଙ୍କୁ ଭେଟିବେ। ତେବେ ସେମିଫାଇନାଲ୍ରେ ପହଞ୍ଚିଥିବା ଯଦୁମଣି ସିଂହ ମଣ୍ଡେଙ୍ଗବାମ (୫୦ କେଜି) କଡ଼ା ସଂଘର୍ଷ କରି ୨-୩ରେ ପୂର୍ବତନ ୨୨ ବର୍ଷରୁ କମ୍ ଏସୀୟ ବିଜେତା ଉଜବେକିସ୍ତାନର ଆସିଲବେକ୍ ଜାଲିଲୋଭଙ୍କଠୁ ହାରିଯାଇଥିଲେ। ସେହିଭଳି ବିଶାଳ (୯୦ କେଜି) ୦-୫ରେ ଉଜବେକିସ୍ତାନର ତୁରାବେକ ଖାବିବୁଲ୍ଲାଏଭ ଓ ସଚିନ (୬୦ କେଜି) ପୋଲାଣ୍ଡର ପାୱେଲ ବ୍ରାକ୍ଙ୍କଠୁ ହାରିଯାଇଛନ୍ତି।
ବିଶ୍ବ ବକ୍ସିଂ: ଇତିହାସ ରଚିଲେ ହିତେଶ. ଫାଇନାଲ୍ ପହଞ୍ଚିବାରେ ପ୍ରଥମ ଭାରତୀୟ
ବ୍ରାଜିଲ୍ରେ ଚାଲିଥିବା ବିଶ୍ବ ବକ୍ସିଂ କପ୍ର ଫାଇନାଲ୍ରେ ପହଞ୍ଚି ଜାତୀୟ ବିଜେତା ହିତେଶ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଭାବେ ସେ ଏହି ଗୌରବ ପାଇଛନ୍ତି। ଶୁକ୍ରବାର ୭୦ କେଜି ସେମିଫାଇନାଲ୍ରେ ହିତେଶ ୫-୦ରେ ଫ୍ରାନ୍ସର ମାକନ ତ୍ରାଓରେଙ୍କୁ ହରାଇ ଦେଇଛନ୍ତି।
/sambad/media/media_files/2025/04/05/WXo3u9QS9RzXcjGZqlrL.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)