ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଦ୍ବାରା ପ୍ରଥମ ଥର ପାଇଁ ପ୍ରଚଳିତ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ରେ ଭାରତ ଶୀର୍ଷ ସ୍ଥାନ ସୁଦୃଢ଼ କରିନେଇଛି। ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଟେଷ୍ଟ୍କୁ ଜିତିଯିବା ପରେ ଭାରତର ମୋଟ ପଏଣ୍ଟ୍ ସଂଖ୍ୟା ୨୪୦ରେ ପହଞ୍ଚି ଯାଇଛି। ୱେଷ୍ଟଇଣ୍ଡିଜ୍ (୨ ମ୍ୟାଚ୍ ବିଶିଷ୍ଟ) ଏବଂ ଦକ୍ଷିଣ ଆଫ୍ରିକା (୩ ମ୍ୟାଚ୍ ବିଶିଷ୍ଟ) ବିପକ୍ଷ ଶୃଙ୍ଖଳାରେ ଭାରତ ମୋଟ ୫ ଟେଷ୍ଟ ଖେଳିଛି। ସବୁତକ ଜିତି ୨୪୦ ପଏଣ୍ଟ୍ କରାୟତ କରିନେଇଛି। ଏହାପରେ ଭାରତ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ୍ ଖେଳିବାକୁ ଥିବାରୁ ଆଉ ୧୨୦ ପଏଣ୍ଟ୍ ଯୋଡ଼ିବାର ସୁଯୋଗ ରହିଛି। ତେବେ ବର୍ତମାନ ସୁଦ୍ଧା ୫ ଟେଷ୍ଟ୍ରୁ ଭାରତ ୨୪୦ ପଏଣ୍ଟ୍ ହାସଲ କରିନେଇଥିଲା ବେଳେ ଅନ୍ୟ ୬ ଦଳ ମିଳିତ ଭାବେ ୧୯ ଟେଷ୍ଟ ଖେଳି ମୋଟ ୨୩୨ ପଏଣ୍ଟ୍ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ୍ (ପ୍ରତ୍ୟେକ ୨ ଲେଖାଏଁ) ୬୦-୬୦, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ (ପ୍ରତ୍ୟେକ ୫ ଲେଖାଏଁ) ୫୬-୫୬ ପଏଣ୍ଟ୍ ବାଣ୍ଟିଥିଲା ବେଳେ ୱେଷ୍ଟଇଣ୍ଡିଜ୍ (୨ ମ୍ୟାଚ୍) ଓ ଦକ୍ଷିଣ ଆଫ୍ରିକା (୩ ମ୍ୟାଚ୍) ପଏଣ୍ଟ୍ ଖାତା ଖୋଲିପାରିନାହାନ୍ତି। ଏଠାରେ ସୂଚନାଯୋଗ୍ୟ, ଲିଗ୍ ଶେଷରେ ଶ୍ରେଷ୍ଠ ଦୁଇ ଦଳ ୨୦୨୧ ଜୁନ୍ ମାସରେ ୟୁକେରେ ଫାଇନାଲ୍ ଖେଳିବେ। ଯିଏ ଜିତିବ ସେହି ଦଳ ହିଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ମୁକୁଟ ହାସଲ କରିବ।
ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ପଏଣ୍ଟ୍ ତାଲିକାରେ ଭାରତ ସୁଦୃଢ଼
/sambad/media/post_attachments/wp-content/uploads/2019/10/sdgsgsfgfshfsdh56dfh489dfh74d89fh456dfhdfhdhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)