ଲସ୍ ଏଞ୍ଜେଲ୍ସ: ଗତ ଜାନୁଆରି ୨୬ ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ କିଂବଦନ୍ତି ଏନ୍ବିଏ ତାରକା କୋବେ ବ୍ରିୟାନ୍ତ ଓ ଝିଅ ଜିଆନାଙ୍କ ସହ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ସୋମବାର ବ୍ରିୟାନ୍ତଙ୍କ ଶେଷ ଏନ୍ବିଏ ଟ୍ରଫି ବିଜୟର ବାର୍ଷିକୀ ପାଳନ କରାଯାଉଥିଲା। ୨୦୧୬ ଏପ୍ରିଲ୍ ୧୩ ତାରିଖରେ ତାଙ୍କ ୬୦ ପଏଣ୍ଟ୍ ବଳରେ ଲେକର୍ସ ଫାଇନାଲ୍ରେ ଉତ୍କଳ ଜାଜ୍କୁ ପରାସ୍ତ କରି ବିଜେତା ହୋଇଥିଲା। ଏହି ବାର୍ଷିକୀରେ ବ୍ରିୟାନ୍ତଙ୍କ ବିଧବା ପତ୍ନୀ ଭେନେସା ବିଜୟର ସ୍ମୃତିକୁ ମନେ ପକାଇ ଇନ୍ଷ୍ଟାଗ୍ରାମରେ ଭିଡିଓ ଛାଡ଼ିଛନ୍ତି। ''ମୋ ସ୍ୱାମୀ ୨୦ ବର୍ଷ ପର୍ଯ୍ୟନ୍ତ ଗଧ ଭଳି ଖଟିଥିଲେ। ଖେଳ ପାଇଁ ସେ ସବୁକିଛି ଦେଇଥିଲେ। ଶେଷରେ ସେ କେବଳ ପରିବାର ସହ ସମୟ କଟାଇବାକୁ ଚାହୁଁଥିଲେ। ମୋ ଝିଅମାନଙ୍କ ଜୀବନର ପ୍ରତିଟି ମାଇଲଖୁଣ୍ଟ ବେଳେ ଉପସ୍ଥିତ ରହିବା ସହ ସବୁ ବିଶେଷ ମୁହୂର୍ତ୍ତ ସେ ଆମମାନଙ୍କ ସହ ବାଣ୍ଟିବାକୁ ଚାହୁଁଥିଲେ ବୋଲି ଭେନେସା ଲେଖିଥିଲେ। ଏଥିସହ ସେ ୨୦୧୬ ଏପ୍ରିଲ୍ ୧୩ରେ ଉତ୍କଳ ଜାଜ୍ ବିପକ୍ଷରେ ଲେକର୍ସର ୧୦୧-୯୬ ବିଜୟର କିଛି ବିଶେଷ ମୁହୂର୍ତ୍ତର ଭିଡିଓ ମଧ୍ୟ ଛାଡ଼ିଥିଲେ। ବ୍ରିୟାନ୍ତ ଏଥିରେ ୬୦ ପଏଣ୍ଟ୍ ହାସଲ କରିଥିଲେ ଏବଂ ତାଙ୍କ ୨୦ ବର୍ଷର ଏନ୍ବିଏ ଜୀବନ ଶେଷ କରିଥିଲେ। ଏହି ଭିଡିଓରେ ପରିବାର ସହିତ ବ୍ରିୟାନ୍ତ କୋର୍ଟ ପରିସରରେ ଅଛନ୍ତି। ପତ୍ନୀ ଭେନେସାଙ୍କୁ ଆଲିଙ୍ଗନ କରିବା ସହ ଝିଅ ନାତାଲିଆ ଓ ଜିଆନାଙ୍କୁ ଚୁମ୍ବନ ଦେଉଥିବା ଏହି ଭିଡିଓରେ ଦେଖାଯାଇଛି। ଏହି ଦମ୍ପତିଙ୍କ ତୃତୀୟ ଝିଅ ବିୟାଙ୍କା ୨୦୧୬ ଡିସେମ୍ବରରେ ଏବଂ ଚତୁର୍ଥ ଝିଅ କ୍ୟାପ୍ରି ଗତ ଜୁନ୍ରେ ଜନ୍ମଗ୍ରହଣ କରିଥିଲେ। ଫଳରେ ଏମାନଙ୍କ ସହ ବ୍ରିୟାନ୍ତ ଅଧିକ ସମୟ କାଟିବା ପୂର୍ବରୁ ପ୍ରାଣ ହରାଇଥିଲେ।
ବ୍ରିୟାନ୍ତଙ୍କୁ ମନେ ପକାଇଲେ ପତ୍ନୀ ଭେନେଶା
/sambad/media/post_attachments/wp-content/uploads/2020/04/g654jh98dg7jd89g7j98dgj7d9g87jd98gj7dgjdgjjgjgjgjgjgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)