ମାଞ୍ଚେଷ୍ଟର : ମାଞ୍ଚେଷ୍ଟରରେ ରବିବାର ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍ ଟିକେଟ ଦର ପୂର୍ବର ସବୁ ଆକଳନକୁ ଟପିଯାଇଛି। ଏହି ପ୍ରତୀକ୍ଷିତ ଲଢ଼େଇର କିଛି ଟିକେଟ୍ ପୁନଃ ବିକ୍ରି ପାଇଁ ବଜାରକୁ ଆସିବା ପରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିବା ଜଣାପଡ଼ିଛି। ବ୍ରିଟେନ୍ରେ ଲକ୍ଷାଧିକ ସଂଖ୍ୟାରେ ଭାରତୀୟ ଓ ପାକିସ୍ତାନୀ ମୂଳ ନିବାସୀ ରୁହନ୍ତି ଏବଂ ଏହି କାରଣରୁ ଟିକେଟ୍ର ଦର ଆକାଶ ଛୁଆଁ ହୋଇଛି। ପାଖା ପାଖି ୨୨ ହଜାର ଦର୍ଶକଙ୍କ ବସିବା ପାଇଁ କ୍ଷମତା ରଖିଥିବା ଓଲଡ୍ ଟ୍ରାଫୋର୍ଡ ଷ୍ଟାଡିୟମ୍ରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଦର୍ଶକ ବହୁ ଉତ୍ସାହିତ। ଦୀର୍ଘ ବ୍ୟବଧାନ ପରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳିବା ମଧ୍ୟ ଏହାର ଅନ୍ୟତମ କାରଣ। ସୂଚନା ମୁତାବକ ପୂର୍ବରୁ ଯେଉଁମାନେ ସ୍ବଳ୍ପ ମୂଲ୍ୟରେ ଟିକେଟ କିଣିଥିଲେ, ଏବେ ତାକୁ ବିକ୍ରି କରି ଭଲ ଲାଭ କରୁଛନ୍ତି। ଏଭଳି ଟିକେଟ୍ ପୁନଃବିକ୍ରି କରୁଥିବା ୱେବସାଇଟ (ଭିୟାଗୋଗୋ ଡଟ କମ୍) ଅନୁସାରେ ୪୮୦ ଟିକେଟ୍ ଦ୍ୱିତୀୟ ଥର ପାଇଁ ବିକ୍ରି ହୋଇଛି। ଏଥିରେ ବ୍ରୋଞ୍ଜ, ଗୋଲ୍ଡ, ପ୍ଲାଟିନମ ଓ ସିଲଭର ବର୍ଗର ଟିକେଟ ସାମିଲ ଅଛି। କଂପାନୀର ୱେବସାଇଟ ଅନୁସାରେ ବ୍ରୋଞ୍ଜ ଓ ସିଲଭର ବର୍ଗର ଟିକେଟ ସଂପୂର୍ଣ୍ଣ ରୂପେ ବିକ୍ରି ସରିଛି।
ଭାରତ-ପାକ୍ ଟିକେଟ ଦର ୬୦ ହଜାର
/sambad/media/post_attachments/wp-content/uploads/2019/05/world-cup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)