ରବିବାର ବୋଲିଂ କରୁଥିଲା ବେଳେ ପିଚ୍ ପାଖରେ ଥିବା ଏକ ପାଦ ଚିହ୍ନରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ନିଜ ଓଭର ଶେଷ କରି ପାରି ନଥିଲେ। ୨.୪ ଓଭର ବୋଲିଂ କରି ଡ୍ରେସିଂ ରୁମ୍କୁ ଫେରିବାକୁ ବାଧ୍ୟ ହୋଇଥିଲେ। ବିଜୟ ଶଙ୍କର ତାଙ୍କ ଓଭର ପୂରଣ କରିବା ସହ ସେ ଆଉ ପଡ଼ିଆକୁ ଓହ୍ଲାଇ ପାରି ନଥିଲେ। ଭୁବିଙ୍କ ଗୋଡ଼ରେ ଆଘାତ ଲାଗିଛି। ସେଥିପାଇଁ ସେ ପରବର୍ତୀ ଦୁଇ ତିନିଟି ମ୍ୟାଚ୍ ଖେଳି ପାରିବେ ନାହିଁ ବୋଲି ଅଧିନାୟକ କୋହଲି ସୂଚନା ଦେଇଥିଲେ। ତେବେ ଲିଗ୍ ପର୍ଯ୍ୟାୟର ଶେଷ ଆଡ଼କୁ ସେ ଦଳକୁ ଫେରିପାରିବେ ବୋଲି କୋହଲି କହିଥିଲେ। ଭୁବି ଆହତ ହେବା ପରେ ଭାରତର ପରବର୍ତୀ ମ୍ୟାଚରେ ମହମ୍ମଦ ସାମି ତାଙ୍କ ସ୍ଥାନ ନେବାର ଯଥେଷ୍ଟ ସମ୍ଭାବନା ରହିଛି।
ଭୁବି ଆହତ:୨-୩ ମ୍ୟାଚ୍ ଖେଳିବେନି
/sambad/media/post_attachments/wp-content/uploads/2019/06/Untitled-12-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)