ଭୁବନେଶ୍ବର: ଆସୋସିଏସନ୍ ଅଫ୍ ଆଡ୍ଭେଞ୍ଚର ଆଣ୍ଡ୍ ସୋସିଆଲ୍ ଆକ୍ଟିଭିଟିଜ୍ (ଆସା)ର ୫ ପର୍ବତାରୋହୀ ହିମାଚଳପ୍ରଦେଶର ୬୧୧୧ ମିଟର ବା ପାଖାପାଖି ୨୦୩୦୦ ଫୁଟ ଉଚ୍ଚତା ବିଶିଷ୍ଟ ମାଉଣ୍ଟ ୟୁନମ ଆରୋହଣ ଲାଗି ବୁଧବାର ଭୁବନେଶ୍ବରରୁ ବାହାରିଛନ୍ତି। ଏହି ୫ ଜଣିଆ ଦଳରେ ଅନିତା ସ୍ବାଇଁ, ଚିନ୍ମୟ ମହାରଣା, ସସ୍ମିତା ପ୍ରଧାନ, ଦେବଦତ୍ତ ସାମନ୍ତରାୟ ଓ ଅଜିତ କୁମାର ପାଢ଼ୀ ରହିଛନ୍ତି। ଚଣ୍ଡିଗଡ଼ସ୍ଥିତ ଜାତୀୟ ଆଡ୍ଭେଞ୍ଚର କ୍ଲବ୍ (ଏନ୍ଏସି) ଆନୁକୂଲ୍ୟରେ ଆୟୋଜିତ ଏହି ଅଭିଯାନରେ ମୋଟ ୪୮ ଜଣ ଯୁବ ପର୍ବତାରୋହୀ ଅଂଶଗ୍ରହଣ କରିବେ ଏବଂ ଏଥିରେ ହରିଆଣାର ୪୩ ଏବଂ ଓଡ଼ିଶାରୁ ୫ ଜଣ ରହିଛନ୍ତି। ଦଳର ୪ ଜଣ ଲିଡରଙ୍କ ମଧ୍ୟରେ ଓଡ଼ିଶାରୁ ୨ ଜଣ ଅନିତା ସ୍ବାଇଁ ଏବଂ ଚିନ୍ମୟ ମହାପାତ୍ର ଅଛନ୍ତି। ଓଡ଼ିଆ ଆରୋହୀମାନେ ୧୫ ତାରିଖରେ ଦଳ ସହ ଚଣ୍ଡିଗଡ଼ରେ ଯୋଗଦେବେ। ୪୮ ଜଣିଆ ଦଳ ମନାଲିରୁ ବାହାରି ୧୮ ତାରିଖରେ ବେସ୍ କ୍ୟାମ୍ପ୍ ଏବଂ ୧୯ରେ ସମିଟ୍ କ୍ୟାମ୍ପ୍ରେ ପହଞ୍ଚିବେ। ପାଣିପାଗ ସ୍ଥିତି ଅନୁଯାୟୀ ୨୨ କିମ୍ବା ୨୩ ତାରିଖରେ ଶିଖର ଛୁଇଁବାକୁ ଚେଷ୍ଟା କରିବେ ବୋଲି ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ୍ ବିଜୟୀ ତଥା ‘ଆସା’ର ସମ୍ପାଦକ ଗଣେଶ ଚନ୍ଦ୍ର ଜେନା ପ୍ରକାଶ କରିଛନ୍ତି। ‘ଆସା’ର ପରାମର୍ଶଦାତା ଅଶୋକ ମହାନ୍ତି ଏବଂ ଶ୍ରୀ ଜେନା ଅଂଶଗ୍ରହଣକାରୀ ପ୍ରର୍ବତାରୋହୀଙ୍କୁ ଶୁଭକାମନା ଜଣାଇଛନ୍ତି।
ମାଉଣ୍ଟ ୟୁନମ ଆରୋହଣରେ ବାହାରିଲେ ୫ ‘ଆସା’ ପର୍ବତାରୋହୀ
/sambad/media/post_attachments/wp-content/uploads/2021/09/654h654h5sf23h132sfh132sfh1s32hf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)