ନୂଆଦିଲ୍ଲୀ: ୨୦୧୮ ଏସୀୟ କ୍ରୀଡ଼ାରେ ୪ ଗୁଣା ୪୦୦ ମିଟର ମିଶ୍ରିତ ରିଲେରେ ଭାରତ ରୌପ୍ୟ ପଦକ ଜିତିଥିଲା। ଏହି ପଦକ ଏବେ ସ୍ବର୍ଣ୍ଣକୁ ବଦଳିଛି। ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ବାହରିନ୍ ଦଳର ଜଣେ ମହିଳା ସଦସ୍ୟା କେମି ଆଦିକୋୟା ଡୋପ୍ ଟେଷ୍ଟ୍ରେ ବିଫଳ ହୋଇଥିଲେ। ଫଳରେ ଏହି ଦଳଠୁ ସ୍ବର୍ଣ୍ଣ ପଦକ ଫେରାଇ ନିଆ ଯାଇଥିଲା ଏବଂ ଦ୍ବିତୀୟ ସ୍ଥାନରେ ଥିବା ଭାରତକୁ ପଦୋନ୍ନତି ମିଳିଥିଲା। ସେହିଭଳି ଆଦିକୋୟାଙ୍କ ପାଇଁ ୪୦୦ ମିଟର ବାଧାଦୌଡ଼ରେ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିବା ଭାରତୀୟ ତାରକା ଅନୁ ରାଘବନ ମଧ୍ୟ ଲାଭବାନ ହୋଇଛନ୍ତି। ଆଦିକୋୟାଙ୍କ କାଂସ୍ୟ ରାଘବନଙ୍କୁ ମିଳିଛି। ଜାକର୍ତ୍ତାରେ ଆୟୋଜିତ ଏହି ପ୍ରତିଯୋଗିତାର ୪ ଗୁଣା ୪୦୦ ମିଟର ଭାରତୀୟ ମିଶ୍ରିତ ରିଲେ ଦଳରେ ମହମ୍ମଦ ଆନସ, ଏମ୍ଆର୍ ପୂଭାମା, ହିମା ଦାସ ଓ ଅରୋକିଆ ରାଜୀବ ରହିଥିଲେ। ଏହି ଦୁଇ ପଦକ ସହ ଭାରତର ମୋଟ ପଦକ ସଂଖ୍ୟା ୨୦ (୮ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୩ କାଂସ୍ୟ)ରେ ପହଞ୍ଚିଛି।
ରାଘବନଙ୍କୁ ମିଳିଲା କାଂସ୍ୟ, ସ୍ବର୍ଣ୍ଣକୁ ବଦଳିଲା ଭାରତର ୨୦୧୮ ଏସୀୟ କ୍ରୀଡ଼ା ମିଶ୍ରିତ ରିଲେ ରୌପ୍ୟ
/sambad/media/post_attachments/wp-content/uploads/2020/07/dgj7dg98j7j98dgjgdjdgdgjjdgjdgdjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)