କଟକ: ବାରବାଟୀ ଷ୍ଟାଡିୟମ କ୍ଲବ୍ ହାଉସଠାରେ ରାଜ୍ୟ ଉପକନିଷ୍ଠ ଟାଏକୋଣ୍ଡୋ ପ୍ରତିଯୋଗିତା ଶନିବାର ଉଦ୍ଘାଟିତ ହୋଇଛି। ଓଡ଼ିଶା ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ର ଓ ଓଡ଼ିଶା ଟାଏକୋଣ୍ଡୋ ସଂଘର ମିିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ରାଜ୍ୟ କ୍ରୀଡ଼ା ନିର୍ଦେଶାଳୟର ସ୍ୱତନ୍ତ୍ର ଅଧିକାରୀ ଜ୍ଞାନରଂଜନ ପରିଡ଼ା ଉଦ୍ଘାଟନ କରିଥିଲେ। ତାଙ୍କ ସହିତ କର୍ପୋରେଟର ଉଷାରାଣୀ ସାହୁ, କେନ୍ଦ୍ରର ସାଧାରଣ ସମ୍ପାଦକ ଗୋପାଳ ଚନ୍ଦ୍ର ରଏ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ୧୫ ଜିଲ୍ଲାରୁ ୨୮୭ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ବାଳିକା ୨୯ କିଗ୍ରାରେ ତନିଖା ବିଶ୍ୱାଳ, ବାଳକ ୨୧ କିଗ୍ରାରେ ସୁବ୍ରତ କୁମାର ସାହାଣି, ୨୩ କିଗ୍ରାରେ ସୌମ୍ୟରଂଜନ ସେଠୀ, ୨୫ କିଗ୍ରାରେ ନଓ୍ଵାଜ ଖାନ୍, ୨୭ କିଗ୍ରାରେ ସଲ୍ଖୁ ହାଁସଦା, ୨୯ କିଗ୍ରାରେ ଅଜମଲ୍ ଖାନ୍, ୩୨ କିଗ୍ରାରେ ସ୍ଥିତପ୍ରଜ୍ଞ ପରିଜା, ୩୨ କିଗ୍ରାରୁ ଅଧିକରେ ରଜତ କୁମାର କୁଅଁର, କ୍ୟାଡେଟ୍ ବାଳିକା ୪୧ କିଗ୍ରାରେ ଜ୍ୟୋତି ସାଇ କର, ୪୪ କିଗ୍ରାରେ ମାଇରୁନ୍ ଖାନମ୍, ୫୫ କିଗ୍ରାରେ ଭାଲେଣ୍ଟିନା ଦେହୁରି, କ୍ୟାଡେଟ୍ ବାଳକ ୪୧ କିଗ୍ରାରେ ଅଚିନ୍ତ ବେରା, ୪୫ କିଗ୍ରାରେ ଶକ୍ତିବତ୍ ନାୟକ, ୪୯ କିଗ୍ରାରେ ସବ୍ୟସାଚୀ ବେହେରା, ୫୩ କିଗ୍ରାରେ ଆଶୁତୋଷ ଅଗ୍ରଓ୍ଵାଲ, କନିଷ୍ଠ ବାଳିକା ୬୮ କିଗ୍ରାରୁ ଅଧିକରେ ସାଲିନି ବେହେରା, ବାଳକ ୫୫ କିଗ୍ରାରେ ସ୍ୱସ୍ତିକ୍ କାନୁନ୍ଗୋ, ୬୩ କିଗ୍ରାରେ ଓମ୍କାର ପୃଷ୍ଟି ପ୍ରଥମ ହୋଇଛନ୍ତି। ରବିବାର ପ୍ରତିଯୋଗିତା ଉଦ୍ଯାପିତ ହେବ।
ରାଜ୍ୟ ଉପକନିଷ୍ଠ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦ୍ଘାଟିତ
/sambad/media/post_attachments/wp-content/uploads/2017/10/10-odisha-taekwondo-training-center-pakhyaru-32nd-all-odisha-taekwondo-championship-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)