ଭୁବନେଶ୍ୱର: ରାଜ୍ୟର ପ୍ରଥମ ପେସାଦାର ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଏସ୍ଆର୍ ଚେସ୍ ସେଣ୍ଟର୍ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ରାଜ୍ୟ ୧୧ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା (ଓପନ୍ ଏବଂ ବାଳିକା) ଅକ୍ଟୋବର ୨ରୁ ୪ ତାରିଖ ମଧ୍ୟରେ ଖେଳାଯିବ। ଏହି ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଚେସ୍ ଖେଳାଳିଙ୍କ ମଧ୍ୟରେ ଏକ ଅନ୍ତଃବିଭାଗୀୟ ଚେସ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ। ସମ୍ପୂର୍ଣ୍ଣ ବାତାନୁକୂଳ ଅନୁକୂଳ ପରିବେଶ ମଧ୍ୟରେ ନିଖିଳ ଓଡ଼ିଶା ଚେସ୍ ସଂଘ ଏବଂ କଟକ ଜିଲ୍ଲା ଚେସ୍ ସଂଘ ତରଫରୁ ଅନୁମୋଦିତ ଏହି ପ୍ରତିଯୋଗିତା ହେଉଛି। ଉଭୟ ଓପନ୍ ଓ ବାଳିକା ବର୍ଗରେ ଶୀର୍ଷ ୨ ସ୍ଥାନ ଦଖଲ କରିଥିବା ୪ ଜଣ ଖେଳାଳିଙ୍କୁ ମହାରାଷ୍ଟ୍ରର ପୁନେରେ ନଭେମ୍ବର ୨୨ରୁ ୩୦ ମଧ୍ୟରେ ଆୟୋଜିତ ଜାତୀୟ ଉପ କନିଷ୍ଠ ଚେସ୍ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବା ସୁଯୋଗ ପାଇବେ। ଏହା ବ୍ୟତୀତ ଶ୍ରେଷ୍ଠ ୧୦ ଜଣ ଲେଖାଏଁ ଖେଳାଳିଙ୍କୁ ଆକର୍ଷଣୀୟ ଟ୍ରଫି, ପଦକ ଓ ପୁରସ୍କାର ପ୍ରଦାନ କରାଯିବ। ଏଥି ସହିତ ବିଭିନ୍ନ ବୟସ ବର୍ଗର ୨୪ ଜଣ ଖେଳାଳିଙ୍କୁ ପ୍ରମାଣପତ୍ର ମିଳିବ ବୋଲି ଏସ୍ଆର୍ ଚେସ୍ କେନ୍ଦ୍ରର ସଭାପତି ଶୁଭାଶିଷ ପଟ୍ଟନାୟକ ପ୍ରକାଶ କରିଛନ୍ତି। ୨୦୦୬ ମସିହା ଜାନୁଆରି ପହିଲା ପରେ ଜନ୍ମଗ୍ରହଣ କରିଥିବା ଖେଳାଳି ଜନ୍ମପ୍ରମାଣପତ୍ର ଏବଂ ୩୦୦ ଟଙ୍କା ପ୍ରବେଶିକା ଦେୟ ସହିତ ଏଥିରେ ଅଂଶଗ୍ରହଣ କରିପାରିବେ। ୨୮ ତାରିଖକୁ ପଞ୍ଜିକରଣର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଅଧିକ ବିବରଣୀ ପାଇଁ ଚେସ୍ ଗୁରୁ ସତ୍ୟରଂଜନ ପଟ୍ଟନାୟକ (୯୪୩୭୨ ୦୮୫୦୬) କିମ୍ବା ସତ୍ୟଜିତ୍ ପଟ୍ଟନାୟକ (୯୪୩୯୨ ୭୨୨୯୨)ଙ୍କ ସହ ଯୋଗାଯୋଗ କରାଯାଇ ପାରିବ।
ରାଜ୍ୟ ୧୧ ବର୍ଷରୁ କମ୍ ଚେସ୍ ୨ରୁ
/sambad/media/post_attachments/wp-content/uploads/2017/09/sp.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)