ବଲାଙ୍ଗୀର: ଆନ୍ତର୍ଜାତୀୟ ମହିଳା କ୍ରିକେଟର ରୋଶନାରା ପରବିନଙ୍କ ବାପା କେପାତୁଲ୍ଲା ଖାନ୍ଙ୍କର ପରଲୋକ ହୋଇଯାଇଛି। ଦୁଇ ଦିନ ତଳେ ଗାଡ଼ି ଦୁର୍ଘଟଣାରେ ଆହତ ହୋଇଥିବା ୫୮ ବର୍ଷୀୟ କେପାତୁଲ୍ଲାଙ୍କୁ ଚିକିିତ୍ସା ପାଇଁ ବୁର୍ଲା ଭିଏସ୍ଏସ୍କୁ ନିଆଯାଇଥିଲା। ସେଠାରେ ଦୁଇ ଦିନ ଧରି ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ନେଇଯିବାକୁ ପରାମର୍ଶ ଦେଇଥିଲେ। ସୋମବାର ଭୋରରେ ବୁର୍ଲାରୁ ଭୁବନେଶ୍ୱର ନିଆଯାଉଥିବା ବେଳେ ବାଟରେ କେପାତୁଲ୍ଲା ଆଖି ବୁଜିଥିଲେ। ବଲାଙ୍ଗୀର ସହରର ବେହେରାପାଲିରେ ରୁହନ୍ତି କେପାତୁଲ୍ଲା ଖାନ୍। ମହିଳା କ୍ରିକେଟର ରୋଶନାରାଙ୍କ ପାଇଁ ସେ ପରିଚିତି ପାଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବହୁ କ୍ରିକେଟପ୍ରେମୀ, ଶୁଭେଚ୍ଛୁ ଓ ସଂପର୍କୀୟମାନେ ଘରେ ପହଞ୍ଚି ସମବେଦନା ଜଣାଇଥିଲେ। ଶବାଧାର ନିକଟରେ ସ୍ତ୍ରୀ ହୁସନାରା ବେଗମ, ବଡ ପୁଅ ଜାହାଙ୍ଗୀର, ଝିଅ ଜାହିରା ଓ ସାନଝିଅ ରୋଶନାରାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।
ରୋଶନାରାଙ୍କ ପିତୃବିୟୋଗ
/sambad/media/post_attachments/wp-content/uploads/2017/10/9-SBPHO2-blg-late-kepatulla-khan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)