ମୁମ୍ବାଇ: ୱେଷ୍ଟ୍ଇଣ୍ଡିଜ୍ କ୍ରିକେଟ୍ କିମ୍ବଦନ୍ତୀ ବ୍ରାଏନ୍ ଲାରା ମଙ୍ଗଳବାର ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସଂପ୍ରତି ସେ ସୁସ୍ଥ ଥିବା ଏବଂ ଶୀଘ୍ର ଡାକ୍ତରଖାନାରୁ ଫେରିବେ ବୋଲି ଜଣାପଡ଼ିଛି। ଦୁଇ ବର୍ଷ ତଳେ ୫୦ ବର୍ଷୀୟ ଲାରାଙ୍କ ଆଞ୍ଜିଓଗ୍ରାମ ଅସ୍ତ୍ରୋପଚାର ହୋଇଥିଲା। ଏଥିଲାଗି ସେ ନିୟମିତ ପରୀକ୍ଷା କରୁଥିଲେ। ସେ ପରେଲସ୍ଥିତ ଗ୍ଲୋବାଲ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ବୋଲି ଜଣାପଡ଼ିଛି। ଏହି ୱେଷ୍ଟଇଣ୍ଡିଜ୍ ତାରକା ୧୩୧ ଟେଷ୍ଟ୍ରୁ ୫୨.୮୯ ହାରରେ ୧୧୯୫୩ ରନ୍ କରିଥିଲା ବେଳେ ୨୯୯ ଦିନିକିଆ ଖେଳି ୪୦.୧୭ ହାରରେ ୧୦୪୦୫ ରନ୍ ସଂଗ୍ରହ କରିଛନ୍ତି। ସେ ଏକ ମାତ୍ର ଖେଳାଳି ଭାବେ ଟେଷ୍ଟ୍ରେ ଗୋଟିଏ ପାଳିରେ ୪୦୦ ରନ୍ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଆଣ୍ଟିଗୁଆ ଟେଷ୍ଟ୍ରେ ସେ ଅପରାଜିତ ସହ ଏହି ରନ୍ ସଂଗ୍ରହ କରିଥିଲେ।
ଲାରା ଡାକ୍ତରଖାନାରେ ଭର୍ତ୍ତି
/sambad/media/post_attachments/wp-content/uploads/2019/06/bn-lara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)