ଭୁବନେଶ୍ବର: ନୂଆଦିଲ୍ଲୀରେ ଚାଲିଥିବା କୁମାର ସୁରେନ୍ଦ୍ର ସିଂହ ସ୍ମାରକୀ ଜାତୀୟ ବଂଧୁକଚାଳନା ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୦ ମିଟର୍ ଏୟାର ରାଇଫଲ୍ ଇଭେଣ୍ଟ୍ରେ ସେ ଏହି ପଦକ ଜିତିଛନ୍ତି। ପୁରସ୍କାର ପ୍ରଦାନ ଉତ୍ସବରେ ପୂର୍ବତନ ସାଂସଦ ତଥା ପୂର୍ବତନ ବଂଧୁକଚାଳକ କଳିକେଶ ନାରାୟଣ ସିଂହ ଦେଓ ଉପସ୍ଥିତ ଥିଲେ। କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ହୋଇଥିବାରୁ ଶ୍ରୀୟଙ୍କାକୁ ମଧ୍ୟ ଏହାର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ଗତ ମାସରେ ଶ୍ରୀୟଙ୍କା ନିଜ ଶେଷ ସ୍ବର୍ଣ୍ଣ ପଦକ ଚେକ୍ ରିପବ୍ଲିକ୍ ଗ୍ରାଁପି ଲିବେରେସନ୍ ସୁଟିଂ ପ୍ରତିଯୋଗିତାରେ ଜିତିଥିଲେ। ଶ୍ରୀୟଙ୍କା ମିକ୍ସଡ୍ ଇଭେଣ୍ଟରେ ଗଗନ ନାରଙ୍ଗଙ୍କ ସହ ଖେଳୁଥିଲେ। ୧୦ ମିଟର ଏୟାର ରାଇଫଲରେ ସେ ଏହି ପଦକ ହାସଲ କରିଥିଲେ। ସେଠାରେ ଶ୍ରୀୟଙ୍କା ମଧ୍ୟ ୫୦ ମିଟର ଏୟାର ରାଇଫଲରେ ରୌପ୍ୟ ପଦକ ହାସଲ କରିଥିଲେ। ଭାରତୀୟ ଦଳରେ ୧୦ ବର୍ଷ ଭିତରେ ଶ୍ରୀୟଙ୍କା ମୋଟ ୨୭ ପଦକ ଜିତିସାରିଛନ୍ତି। ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକାଧିକ ପଦକ ଜିତି ସାରିଛନ୍ତି।
ଶ୍ରୀୟଙ୍କାଙ୍କୁ ଜାତୀୟ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2019/06/Untitled-7-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)