ସେହୱାଗ କିଏ ବୋଲି ପଚାରି ଟ୍ରୋଲ୍‌ ହେଲେ ସାକିବ

ନୂଆଦିଲ୍ଳୀ: ଟି-୨୦ ବିଶ୍ୱକପରେ ନେଦରଲାଣ୍ଡସକୁ ହରାଇ ସୁପର-୮ ରେସରେ ରହିଛି ବାଂଲାଦେଶ । ସାକିବ ଅଲ ହାସନଙ୍କ ଦମଦାର ବ୍ୟାଟିଂ ବଳରେ ବାଂଲାଦେଶ ଏହି ବିଜୟ ହାସଲ କରିଛି । ଯେଉଁଥିପାଇଁ ସାକିବଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା । ତେବେ ଏହି ପୁରସ୍କାର ପାଇବା ପରେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଉପରେ ବର୍ଷିଛନ୍ତି ସାକିବ।

ଗତ କିଛିଦିନ ପୂର୍ବେ ସାକିବ ଅଲ ହାସନଙ୍କ ପ୍ରଦର୍ଶନକୁ ନେଇ ସମାଲୋଚନା କରିଥିଲେ ବୀରେନ୍ଦ୍ର ସେହୱାଗ। ଏପରିକି ସାକିବଙ୍କୁ ଅବସର ନେଇଯିବା ଉଚିତ୍ ବୋଲି କହିଥିଲେ ସେହୱାଗ। ଯାହା ସାକିବଙ୍କୁ ପସନ୍ଦ ଆସିନଥିଲା । ତେବେ ନେଦରଲାଣ୍ଡସ ବିପକ୍ଷରେ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ସାକିବ ମ୍ୟାଚ୍ ପରେ ସେହୱାଗ କିଏ ବୋଲି କହିଥିଲେ। ଏପରିକି ନିଜର ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ସେହୱାଗଙ୍କୁ ସମର୍ପିତ କରୁଛି, ଫଳରେ ସେ ନିଜ ଭାଷଣବାଜିରୁ ଅବସର ନେଇପାରିବେ ବୋଲି କହିଥିଲେ ସାକିବ ।

ଯାହାକୁ ନେଇ ସୋସିଆଲ ମିଡ଼ିଆରେ ସାକିବଙ୍କୁ ଟ୍ରୋଲ ହେବାକୁ ପଡିଛି । ବ୍ୟବହାରକାରୀମାନେ ୨୦୧୧ ବିଶ୍ୱକପ ମ୍ୟାଚ୍ କଥା ମନେ ପକାଇ ଦେଇଛନ୍ତି। ବାଂଲାଦେଶ ବିପକ୍ଷରେ ସେହୱାଗ କିଭଳି ବିଧ୍ୱଂସୀ ଇନିଂସ ଖେଳିଥିଲେ ତାହା ସେୟାର କରୁଛନ୍ତି ବ୍ୟବହାରକାରୀ

ସମ୍ବନ୍ଧିତ ଖବର