ଭୁବନେଶ୍ବର : ପ୍ରଥମ ଥର ଲାଗି ଆୟୋଜିତ ହେବାକୁ ଥିବା ୫ ଜଣିଆ ଏଫ୍ଆଇଏଚ୍ ହକି ପ୍ରତିଯୋଗିତା ଲାଗି ୯ ଜଣିଆ ଭାରତୀୟ ମହିଳା ଦଳ ଶୁକ୍ରବାର ଘୋଷିତ ହୋଇଛି। ଜୁନ୍ ୪ ଓ ୫ ତାରିଖରେ ସ୍ବିଜରଲାଣ୍ଡର ଲୁସାନରେ ହେବାକୁ ଥିବା ଏହି ପ୍ରତିଯୋଗିତା ଲାଗି ଘୋଷିତ ଭାରତୀୟ ଦଳରେ ୩ ଜଣ ଓଡ଼ିଆ ଖେଳାଳି ରଶ୍ମିତା ମିଞ୍ଜ, ଅଜ୍ମିନା କୁଜୁର ଓ ମାରିଆନା କୁଜୁରଙ୍କୁ ସ୍ଥାନ ମିଳିଛି। ନେତୃତ୍ବ ଭାର ରଜନୀ ଇତିମାର୍ପୁଙ୍କୁ ମିଳିଥିଲା ବେଳେ ଉପଅଧିନାୟିକା ଦାୟିତ୍ବ ମହିମା ଚୌଧୁରୀଙ୍କ କାନ୍ଧରେ ରହିଛି। ଭାରତ ସହ ଉରୁଗୁଏ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆୟୋଜକ ସ୍ବିଜରଲାଣ୍ଡ ଏହି ପ୍ରତିଯୋଗିତାରେ ଭାଗନେବେ।
ଭାରତୀୟ ଦଳ: ରଜନୀ ଇତିମାର୍ପୁ (ଅଧିନାୟିକା, ଗୋଲ୍ରକ୍ଷକ), ରଶ୍ମିତା ମିଞ୍ଜ, ଅଜ୍ମିନା କୁଜୁର (ରକ୍ଷଣଭାଗ), ବୈଷ୍ଣବୀ ଭିଥାଲ ଫାଲ୍କେ, ମହିମା ଚୌଧୁରୀ (ଉପଅଧିନାୟିକା), ପ୍ରୀତି (ମଧ୍ୟଭାଗ), ମାରିଆନା କୁଜୁର, ମମ୍ତାଜ ଖାନ, ଋତଜା ଦାଦାସୋ ପିସାଲ (ପୂରୋଭାଗ)। ଷ୍ଟାଣ୍ଡବାଇ: ସୁମନ ଦେବୀ ଥୌଦାମ, ରାଜବିନ୍ଦର କୌର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/fih.jpg)