ଅଖତରଙ୍କୁ ଯୁବିଙ୍କ କୌତୁକିଆ ଜବାବ

ନୂଆଦିଲ୍ଲୀ: ଲର୍ଡସ ଟେଷ୍ଟରେ ଇଂଲଣ୍ଡର ପଦାର୍ପଣକାରୀ ବୋଲର ଜୋଫ୍ରା ଆର୍ଚରଙ୍କ ଖେଳୁଆଡ଼ ମନୋଭାବ ନେଇ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ପ୍ରଶ୍ନ ଉଠାଇଛନ୍ତି। ବାଉନ୍ସର ମାଡ଼ରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ପିଚ୍ ଉପରେ ଟଳି ପଡ଼ିବା ପରେ ଆର୍ଚର ତୁରନ୍ତ ତାଙ୍କ ପାଖକୁ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିବାର ଥିଲା। ଏହା ନ କରି ସେ ଏକ ଖରାପ ପରମ୍ପରା ସୃଷ୍ଟି କରିଛନ୍ତି ବୋଲି ଅଖତର ମତ ପ୍ରକାଶ କରିଛନ୍ତି। ଏହି ମାମଲାରେ ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ପ୍ରତିକ୍ରିୟା ରଖି ଅଖତରଙ୍କୁ ତାଚ୍ଛଲ୍ୟ କରିଛନ୍ତି। ଅଖତରଙ୍କୁ ତାଙ୍କ ଖେଳ ସମୟ ମନେ ପକାଇଦେଇ ଯୁବି ଟ୍ବିଟ୍ କରିଛନ୍ତି ଯେ ହଁ ତୁମେ ପଚାରୁଥିଲ! ହେଲେ ତୁମ ବାସ୍ତବିକ ଶବ୍ଦ ରହୁଥିଲା ଆଶା କରୁଛି, ତୁମେ ଠିକ୍ ଥିବ, କାରଣ ଆହୁରି ଅନେକ ବାଉନ୍ସର ଆସିବାର ଅଛି। ଏହା ପୂର୍ବରୁ ଅଖତର ଟ୍ବିଟ୍ କରିଥିଲେ ଯେ ବାଉନ୍ସର ଖେଳର ଅଂଶବିଶେଷ। ହେଲେ ଯେତେ‌ବେଳେ ବ୍ୟାଟ୍ସମ୍ୟାନ୍ ମୁଣ୍ଡରେ ବଲ୍ ବାଜି ସେ ତଳେ ପଡ଼ି ଯା‌ଆନ୍ତି, ଶାଳୀନତା ଦୃଷ୍ଟିରୁ ବୋଲର ତାଙ୍କ ପାଖକୁ ଯାଇ ଭଲମନ୍ଦ ପଚାରି ବୁଝିଥାଆନ୍ତି। ସ୍ମିଥ୍ ଯେତେବେଳେ ଯନ୍ତ୍ରଣାରେ ପୀଡ଼ିତ ଥିଲେ, ସେତେବେଳେ ଆର୍ଚର ସେଠାରୁ ଚାଲି ଯାଇଥିଲେ। ମୁଁ ଏଭଳି ସ୍ଥିତିରେ ସର୍ବପ୍ରଥମେ ବ୍ୟାଟ୍ସମ୍ୟାନଙ୍କ ନିକଟରେ ପହଞ୍ଚୁଥିଲି।

ସମ୍ବନ୍ଧିତ ଖବର