ଅଭ୍ୟାସ ପାଇଁ ଅପେକ୍ଷା କରିଥିଲେ ଖେଳାଳି, ପ୍ରଥମ ଦିନ ବର୍ଷା ଧୋଇଲା ମ୍ୟାଚ୍‌

ବିଜୟନଗରମ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ପ୍ରଥମ ଦିନର ଅଭ୍ୟାସ ମ୍ୟାଚ୍‌କୁ ଅପେକ୍ଷା କରିଥିବା ଖେଳାଳିଙ୍କୁ ଗୁରୁବାର ନିରାଶ ହେବାକୁ ପଡିଛି। ଆଜିଠାରୁ ଦକ୍ଷିଣ ଆଫ୍ରିକା ଓ ବୋର୍ଡ ଅଧ୍ୟକ୍ଷ ଏକାଦଶ ମଧ୍ୟରେ ୩ ଦିବସୀୟ ଅଭ୍ୟାସ ଖେଳାଯିବାର ଥିଲା। ବର୍ଷା ଯୋଗୁଁ ମ୍ୟାଚ୍‌ର ପ୍ରଥମ ଦିନ ଖେଳା ଯାଇପାରି ନାହିଁ। ନିୟମିତ ବର୍ଷା ଜାରି ରହିବାରୁ ଟସ୍‌ ମଧ୍ୟ ପଡ଼ି ନାହିଁ।

ଭାରତ ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳା ପାଇଁ ରୋହିତ ଶର୍ମାଙ୍କୁ ପ୍ରଥମ ଥର ଓପନର ଟିମ୍‌ରେ ସ୍ଥାନ ମିଳିଛି। ସେ ବୋର୍ଡ ଅଧ୍ୟକ୍ଷ ଏକାଦଶ ଟିମ୍‌ର ଅଧିନାୟକ ଦାୟିତ୍ୱ ନେବେ। ଭାରତୀୟ ଖେଳାଳିମାନଙ୍କ ପାଇଁ ଏହି ଅଭ୍ୟାସ ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ଓ ଏହି ଅଭ୍ୟାସ ମ୍ୟାଚ୍‌ ରୋହିତ ଶର୍ମାଙ୍କୁ ପ୍ରସ୍ତୁତ କରିବାରେ ସୁଯୋଗ ଦେବ। ଭାରତରେ ମୌସୁମୀ ବର୍ଷା ଋତୁ ଏକପ୍ରକାର ଶେଷ ହୋଇଛି। ଏହା ପରେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ବିଜୟ ହଜାରେ ଟ୍ରଫିରେ ମଧ୍ୟ ପ୍ରଭାବିତ ହୋଇଛି।

Zee News

ବୋର୍ଡ ପ୍ରେସିଡେଣ୍ଟ ଇଲେଭେନ୍‌ ଟିମରେ ଯଦିଓ ୩ ଜଣ ସ୍ପେଶାଲିଷ୍ଟ ଓପନର ଅଛନ୍ତି, ତଥାପି ଇନିଂସ ଆରମ୍ଭ ରୋହିତ ଶର୍ମା କରିପାରନ୍ତି। ରୋହିତଙ୍କୁ ଟେଷ୍ଟ ଶୃଙ୍ଖଳା ପାଇଁ ଘୋଷିତ ଟିମ୍‌ରେ ଓପନର ଭାବେ ଚୟନ କରାଯାଇଛି। ସେ ଏଯାଏଁ କ୍ୟାରିୟରରେ ଟେଷ୍ଟ ମ୍ୟାଚରେ କେବେ ବି ଓପନିଙ୍ଗ କରି ନଥିଲେ। ଏଥି ପାଇଁ ସେ ଅଭ୍ୟାସ ମ୍ୟାଚରେ ଇନିଂସ ଆରମ୍ଭ କରିପାରନ୍ତି।

ସମ୍ବନ୍ଧିତ ଖବର