ଅଷ୍ଟ୍ରେଲିଆରେ ଭାରତୀୟ ଦଳର ବିଜୟଧାରା ଅଟକିଲା

ପର୍ଥ: ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ହକି ଦଳର ସୋମବାର ବିଜୟଧାରା ଅଟକି ଯାଇଛି। ପ୍ରଥମ ମ୍ୟାଚ୍‌ରେ ପଶ୍ଚିମ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସକୁ ୨-୦ ଗୋଲ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ଭାରତ ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ-ଏକୁ ୩-୦ରେ ହରାଇଥିଲା। ଦୁଇ ବିଜୟ ପରେ ଭାରତ ସୋମବାର ଅଷ୍ଟ୍ରେଲିଆ-ଏ ବିପକ୍ଷ ତୃତୀୟ ମ୍ୟାଚ୍‌କୁ ୧-୧ ଅମୀମାଂସିତ ରଖିଛି।
ସୋମବାରର ପ୍ରଥମ କ୍ବାର୍ଟର୍‌ ଗୋଲ୍‌ଶୂନ୍ୟ ରହିଥିଲା। ଦ୍ବିତୀୟ କ୍ବାର୍ଟର୍‌ରେ ଅଷ୍ଟ୍ରେଲିଆର କିରନ ଅରୁଣାସଲାମ (୨୧ ମିନିଟ୍‌) ଗୋଲ୍‌ ଦେଇ ଦଳକୁ ଆଗୁଆ କରିଥିଲେ। ‌େଗ‌ାଲ୍‌ ବରଣ ପରେ ଭାରତ ଚାପରେ ରହିଥିଲା। ତୃତୀୟ କ୍ବାର୍ଟର୍‌ ଗୋଲ୍‌ଶୂନ୍ୟ ବିତିଥିଲା। ଚତୁର୍ଥ କ୍ବାର୍ଟର୍‌ରେ ହରମନ୍‌ପ୍ରୀତ ସିଂହ (୫୬ ମିନିଟ୍‌) ଗୋଲ୍‌ଟିକୁ ଶୁଝି ସ୍ଥିତି ୧-୧ କରି ଦେଇଥିଲେ। ଭାରତ ଏହି ଗସ୍ତର ପରବର୍ତୀ ମ୍ୟାଚ୍‌ ୧୫ ତା‌ରିଖରେ ଅଷ୍ଟ୍ରେଲିଆର ମୁଖ୍ୟ ଦଳ ସହ ଖେଳିବ।

ସମ୍ବନ୍ଧିତ ଖବର