ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୧୧ଶ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ମିଳିଥିବା ସର୍ବଶେଷ ସୂଚନା ଅନୁସାରେ ଦିଲ୍ଲୀ ଦଳ ଟସ ଜିଣି ବୋଲିଂ ନିଷ୍ପତ୍ତି ନେଇଛି ।
ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ଗତ ୩ଟି ମ୍ୟାଚ ମଧ୍ୟରୁ ୨ଟି ମ୍ୟାଚରେ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଥିଲା ।
ଚଳିତ ଆଇପିଏଲରେ ଦିଲ୍ଲୀ ଦଳର ପ୍ରଦର୍ଶନ ସବୁଠାରୁ ଭଲ ରହିଛି । ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ୨ଟିଯାକରେ ବିଜୟ ହାସଲ କରିଛି ଓ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ୧ ନମ୍ବର ସ୍ଥାନରେ ରହିଛି । ଅନ୍ୟପକ୍ଷରେ ହାଇଦ୍ରାବାଦ ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ୨ଟିଯାକରେ ପରାଜୟ ବରଣ କରିଛି ଓ ୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି ।

ତେବେ ଷ୍ଟାର ଖେଳାଳୀଙ୍କୁ ନେଇ ଗଠିତ ହାଇଦ୍ରାବାଦ ଦଳ ଯେକୌଣସି ଓଲଟପାଲଟ କରିବାକୁ ସକ୍ଷମ । ଦଳର ଚୂଡ଼ାନ୍ତ ଏକାଦଶକୁ ଆଜି କେନ ଓ୍ଵିଲିୟମସନ ଓ ଇଶାନ୍ତ ଶର୍ମା ଫେରିଛନ୍ତି ।

ସମ୍ବନ୍ଧିତ ଖବର