ଆଇପିଏଲ : ୧୨୦ ରନରେ ଅଲଆଉଟ ହେଲା ପଂଜାବ, ହାଇଦ୍ରାବାଦ ଆଗରେ ୧୨୧ରନର ବିଜୟ ଲକ୍ଷ୍ୟ

ଚେନ୍ନାଇ : ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୧୪ତମ ମ୍ୟାଚରେ ପଂଜାବ କିଙ୍ଗସ  ୧୨୦ ରନରେ ଅଲଆଉଟ ହୋଇଯାଇଛି । ଫଳରେ ବିଜୟ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୨୧ ରନର ଲକ୍ଷ୍ୟ ରହିଛି ।

ଆଜି ପଂଜାବ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପଂଜାବ ଦଳ ଆରମ୍ଭରୁ ହିଁ ଅଧିନାୟକ କେ.ଏଲ. ରାହୁଲଙ୍କ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରୁ ଉଠିପାରିନଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ବିଶେଷ ସ୍କୋର କରିପାରିନଥିଲେ । କେବଳ ମୟଙ୍କ ଅଗ୍ରଓ୍ବାଲ ଓ ଶାହରୁଖ ଖାଁ ୨୨ ରନ ଲେଖାଏଁ କରିଥିଲେ । ମାତ୍ର ଦଳର ନିମ୍ନ ଭାଗ ବ୍ୟାଟ୍ସମ୍ୟାନମାନେ ଦଳକୁ ନିରାଶ କରି ଅଳ୍ପ ରନରେ ଆଉଟ ହୋଇଯାଇଥିଲେ । ଫଳରେ ଦଳ ୧୯.୪ ଓଭରରେ ୧୨୦ ରନ କରି ଅଲଆଉଟ ହୋଇଯାଇଥିଲା ।

ହାଇଦ୍ରାବାଦ ପକ୍ଷରୁ ଖଲିଲ ଅହମ୍ମଦ ୩ଟି, ଅଭିଷେକ ଶର୍ମା ୨ଟି ତଥା ଭୁବନେଶ୍ବର କୁମାର, ସିଦ୍ଧାର୍ଥ କୌଲ ଓ ରସିଦ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର